ଅଂଶୁପା ଠାରେ କଟକ ଜିଲ୍ଲା ସ୍ତରୀୟ ସାଉଣ୍ଟ ଲାଇଟ ସଂଘ ପକ୍ଷରୁ ବୈଠକ.
ବାଙ୍କୀ, 20/11(ମାନସ ରଞ୍ଜନ ସାହୁ) : ବାଙ୍କୀ ଅଂଶୁପା ଠାରେ ସାଉଣ୍ଟ ଲାଇଟ ସଂଘ କଟକ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ ବାଙ୍କୀ ସମେତ କଟକ ଜିଲ୍ଲା ରୁ ବିଭିନ୍ନ ଲାଇଟ ସାଉଣ୍ଟ ର ମାଲିକ ମାନେ ଯୋଗ ଦେଇଥିଲେ. ଏହି ମିଟିଙ୍ଗ ରେ ସଭାପତି ଶ୍ରୀ ମନ୍ମଥ ଦାସ ଙ୍କ ସହିତ ସମ୍ପାଦକ ବାପୁଜୀ କୁମାର ସାହୁ କୋଷାଧକ୍ଷ ଧୀରେନ୍ଦ୍ର କୁମାର ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା ଏହା ସହିତ
ଅମର କୁମାର ବେହେରା ଙ୍କୁ ଉପ ସଭାପତି,ଅନିଲ କୁମାର ପାତ୍ର ଙ୍କୁ ଯୁଗ୍ମ ସମ୍ପାଦକ. ମନୋଜ କୁମାର ରଣା ଙ୍କୁ ମଧ୍ୟ ଯୁଗ୍ମ ସମ୍ପାଦକ ଭାବରେ ଚୟନ କରାଯାଇଛି.
ସେପଟେ ସବୁଜୋନ ର ସଭାପତି ଓ ସମ୍ପାଦକ ୨ ଦିନ ମଧ୍ୟ ରେ ନିଜ ନିଜ ଜୋନ ର ୨ ଜଣ (representive )ପରିଚାଳକ ଓ ଜଣେ ଉପ କୋଷାଧ୍ୟକ୍ଷ ଚୟନ କରି ଜିଲ୍ଲା କମିଟି କୁ ଜଣାଇବା ପାଇଁ ନିଷ୍ପତି ହୋଇଛି.ବର୍ତ୍ତମାନ ଯେଉଁ ଜୋନ ରେ ଯାହା ନିୟମ ଅଛି ସେ ଅନୁସାରେ ସେମାନେ ପ୍ରୋଗ୍ରାମ କରିବେ.ଆସନ୍ତା ମାସରେ ମିଟିଂ ହେଲା ପରେ ଯେଉଁ ନିୟମ ହେବ ତାହା ଜାନୁଆରୀ ୨0୨୬ ରୁ ଲାଗୁ ହେବ. ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂଘ ର ମୁଖ୍ୟାଳୟ କଟକ ଠାରେ କରାଯିବ ଯାହାକି ଆମ ସଂଘ ର ରେଜିଷ୍ଟ୍ରେସନ ପାଇଁ ସହାୟକ ହେବ
ଅପରପଟେ ଜିଲ୍ଲା ସଂଘ ର ରେଜିଷ୍ଟ୍ରେସନ ର ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯିବ.ଜିଲ୍ଲା ସଂଘ ତରଫରୁ ଏକ ମେମ୍ବରସିପ ଫର୍ମ ସବୁ ଜୋନ କୁ ପଠାଇ ଦିଆଯିବ ସମସ୍ତେ ସେ ଫର୍ମ ପୂରଣ କରି ଜିଲ୍ଲା ସଂଘ କୁ ଦେବାକୁ ଅନୁରୋଧ.କଟକ ଜିଲ୍ଲାର ସବୁ ଭାଇ ମାନେ ଭଲରେ ପ୍ରୋଗ୍ରାମ କରି ନିଜ ନିଜ ବ୍ୟବସାୟ ରେ ଆଗକୁ ଆଗକୁ ବଢ଼ି ଚାଲନ୍ତୁ. ଶେଷରେ ଆଗାମୀ ଦିନ ରେ ସଂଘ ର ଉନ୍ନୟନ ମୂଳକ କାର୍ଯ୍ୟ ଅନ୍ୟପଟେ ସରକାରୀ ସ୍ତରରେ ଯେଉଁ ସବୁ ସହାୟକ ଆବଶ୍ୟକୀୟ ରହିଛି ଏହାକୁ ଲିଖିତ ଭାବେ ରାଜ୍ୟ ସରକାର ଙ୍କୁ ଅବଗତ କରାଯିବ ବୋଲି ସଂଘ ଆଜି ନିଷ୍ପତି ନେଇଛି ।
ମଣିଭଦ୍ରା ଖବର, ବାଙ୍କୀ


Post a Comment