କୃତ୍ରିମ ବୁଦ୍ଧିମତା ପ୍ରାକୃତିକ ବୁଦ୍ଧିମତାର ଅନୁପୂରକ ଏବଂ ପରିପୂରକ ହେଉ- କଲ୍ୟାଣୀ ସଙ୍ଘମିତ୍ରା
ବ୍ରହ୍ମପୁର- କୃତ୍ରିମ ବୁଦ୍ଧିମତା ପ୍ରାକୃତିକ ବୁଦ୍ଧିମତାର ଅନୁପୂରକ ଏବଂ ପରିପୂରକ ହେଉ । ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ଯୋଗଦାନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣୀ ସଂଙ୍ଘମିତ୍ରା ।
ଏପରିକି କୃତ୍ରିମ ବୁଦ୍ଧିମତା ସହଯୋଗୀ ହେଉ, ପ୍ରଭୂ କି ମାଲିକ ନ ହେଉ l ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଉପସ୍ଥାପନ କରିଛନ୍ତି। ବ୍ରହ୍ମପୁର ସହରର ପୁରୁଣା ଚର୍ଚ୍ଚ ପଡିଆରେ ବିଶ୍ବାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ପୁରଷୋତ୍ତମପୁର ତହସିଲର ବିନୋଦ କୁମାର ବେହେରା , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ବନ୍ଦିତା କୁମାରୀ ପଣ୍ଡା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଭି.ରାଜେନ୍ଦ୍ର ରାଜୁ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସର ଗୁରୁତ୍ୱ ଏବଂ ଜନତାଙ୍କ ବିଶ୍ବାସନୀୟତା ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନା ଚକ୍ରରେ କିପରି ବିଭିନ୍ନ ସମୟରେ ଚ୍ୟାଲେଞ୍ଜ ଗ୍ରହଣ କରିଥାଏ ତାହାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦିନକୁ ଦିନ ଗଣମାଧ୍ୟମ କିପରି ପରିବର୍ତ୍ତନ ହେଉଛି ତାହାକୁ ନେଇ ଆଲୋଚନା କରିବା ସହିତ ବର୍ତ୍ତମାନର ଏ.ଆଇ ଏବଂ ଚାର୍ଜ ଜିପିଟି ସମୟରେ ଗଣମାଧ୍ୟମର କାର୍ଯ୍ୟ ନେଇ ଗୁରୁତ୍ୱାରୋପ କରିଥିଲେ । ଏପରିକି ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ନକଲି ସାମଗ୍ରୀ କୁ ଚିହ୍ନଟ କରାଯାଇପାରୁଛି ହେଲେ ସତ୍ୟ ମଧ୍ୟରେ ଅସତ୍ୟ ଖବର ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ଏବଂ ତାହାର କୈଣସି ପରିମାପକ ନଥିବା ଦେଖାଯାଇଛି। ଏଣୁ ଗଣମାଧ୍ୟମ ପ୍ରତିନିଧି ମାନେ ସତ୍ୟ ଖବର ପରିବେଷଣ କରିବା ପାଇଁ ନିଜେ ଘଟଣାସ୍ଥଳରେ ପହଞ୍ଚିବା ଆବଶ୍ୟକତା ରହିଛି। ଏପରିକି ଯେଉଁ ଉଦ୍ଦେଶ୍ୟ ରଖି ପ୍ରେସ କାଉନସିଲ ଗଠନ ହୋଇଥିଲା ତାହାକୁ ଲକ୍ଷ୍ୟ ରଖି ମୁକ୍ତ ଏବଂ ଦାୟିତ୍ବବାନ ସାମ୍ବାଦିକ ଆବଶ୍ୟକ ରହିଥିବା କୁହାଯାଉଛି।
ଇଟିଭି ଭାରତର ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଓଟିଭି ର ବ୍ୟୁରୋ ଚିଫ୍ ତଥା ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା , ବ୍ରହ୍ମପୁର ପ୍ରେସ କ୍ଲବର ପୂର୍ବତନ ସଭାପତି ଗୋପାଳ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ତଥା ସକାଳ ସଂସ୍କରଣ ମୁଖ୍ୟ ଶକ୍ତିଧର ରାଜଗୁରୁ ,ନାରାୟଣ ମହାଙ୍କୁଡ , ବିଶ୍ବାସ ସଙ୍ଗଠନର ମୁଖ୍ୟ ଶଙ୍କର ଗୋ ସ୍ବାମୀ ଏବଂ ପ୍ରେସ କ୍ଳବର କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ସହରର ବାଣିଜ୍ୟ ମେଳାରେ ଏଭଳି ଏକ ଖୋଲା ମଞ୍ଚରେ ଜାତୀୟ ପ୍ରେସ ଦିବସ ପାଳନ କରିବାକୁ ଅନୁପା ପକ୍ଷରୁ ସୁଯୋଗ ଦିଆଯାଇଥିବା ବେଳେ ସମସ୍ତଙ୍କୁ ସମ୍ମାନ ସୂଚକ ପ୍ରଦାନ କରିଥିଲେ ଅରୂପାର ସିଇଓ ଅଶୋକ କୁମାର ସାହୁ । ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق