BREAKING
Loading...
:

ଅବକାରୀ ଅଧିକାରୀ କରୁଛନ୍ତି ଗଞ୍ଜେଇ ମଦ କାରବାର, ଗିରଫ କରି ଅଭିଯୁକ୍ତ ଙ୍କ ଠାରୁ ଟଙ୍କା ଆଦାୟ

 *ଅବକାରୀ ଅଧିକାରୀ କରୁଛନ୍ତି ଗଞ୍ଜେଇ ମଦ କାରବାର, ଗିରଫ କରି ଅଭିଯୁକ୍ତ ଙ୍କ ଠାରୁ ଟଙ୍କା ଆଦାୟ*।



ବଲାଙ୍ଗୀର/ଟିଟିଲାଗଡ,-:*ଭାରତ ର ସମସ୍ତ ରେଳ ଷ୍ଟେସନ କୁ ସଂଯୋଗ କରୁଥିବା ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ରେଳ ଜଙ୍କସନ ରେ ଲକ୍ଷ , ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଆସୁଛି* । *ହେଲେ ଏହି ରେଳ ଷ୍ଟେସନ ରେ ଚୋରା ଚାଲାଣ ଗଞ୍ଜେଇ ଓ ଅଭିଯୁକ୍ତ ଙ୍କୁ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ବେଆଇନ୍ ଭାବେ ଅଭିଯୁକ୍ତ ଙ୍କୁ ବେଲ ବା ଜାମିନ ରେ ମୁକୁଳେଇବା ପାଇଁ କାଗଜ, ପତ୍ର ରିପୋର୍ଟ ଦଖଲ ହେବ ଓ ହାଇକୋର୍ଟ ରେ ବେଲ ହେବ କହି ଜଣ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇ ଆସୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି* । *ନାବାଳକ ତଥା ଗଞ୍ଜେଇ ପରିମାଣ ନେଇ ଯାହା ସାଧାରଣ ଭାବେ ଜାମିନ ତଳ କୋର୍ଟ ରେ ଆବେଦନ ହୋଇ ପାରିବ ସେହି ମାମଲା କୁ ବିନା କାରଣ ରେ ଉଚ୍ଚ ନ୍ୟାୟାଳୟ କୁ ଜଣ ପିଛା ୫ ହଜାର ରୁ ୧୦ ହଜାର ଟଙ୍କା ଲେଖାଏଁ ଦାବି କରି ଜଣେ ଅଣ ଓଡ଼ିଆ ଦଲାଲ ଓ ଓକିଲ ଜରିଆରେ ବେଶ୍ ମାଲା,ମାଲ ହୋଇ ଆସୁଛନ୍ତି* । *ସେହିପରି ଟିଟିଲାଗଡ ର  ବେଆଇନ୍ ମଦ ଭାଟି ମ୍ୟାନେଜର ସହ ମାସିକ ମଧୁ ଚନ୍ଦ୍ରିକା କରି ବେଶ୍  ମାଲା,ମାଲ ହୋଇ ଆସୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି* । *ଏପରିକି ଗଳି,ଗଳି ରେ ଛତୁ ଫୁଟିବା ଭଳି କୁଚିଆ ମଦ,ଗଞ୍ଜେଇ ବିକ୍ରି ବଢ଼ି ଚାଲିଛି* ।  *ଅସାମାଜିକ କାର୍ଯ୍ୟ କକାପ ବୃଦ୍ଧି ପାଇବା ସହ ବିଭିନ୍ନ ରାସାୟନିକ ସାର ମିଶା ମଦ, ରନ୍ଧା ମଦ ପିଇ ଲୋକେ ଅକାଳ ମୃତ୍ୟୁ ବରଣ କରି ଅନେକ ଶଯ୍ୟାଶାୟୀ ହୋଇ ରହିଛନ୍ତି* । *ସଦା,ସର୍ବଦା ଅବକାରୀ କାର୍ଯ୍ୟାଳୟ ବନ୍ଦ ରହିବା ମାସିକ କୋଟା ଫିକ୍ସ କରି ମାଲେ,ମାଲ ହୋଇ ଆସୁଥିବା ବେଳେ ତୁରନ୍ତ ଏ ଦିଗରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବା ସହ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଲିଖିତ ଅଭିଯୋଗ ପତ୍ର ମାନ ଦାଖଲ କରାଯାଇଛି* । *ଏହି ଟିଟିଲାଗଡ ଦେଶୀ ମଦ ଭାଟି ସହର ର ମଧ୍ୟ ଭାଗରେ ଥିବା ବେଳେ ପୂର୍ବରୁ ବିରୋଧ କରି ସହର ବାହାର କୁ ସ୍ଥାନାନ୍ତରିତ କରାଯାଇଥିଲା* । *ମାତ୍ର  ଦୁଇ ତିନି ମାସ ସହର ବାହାର କୁ ସ୍ଥାନାନ୍ତରିତ କରି ପୁନଃ ଟିଟଲାଗଡ ର ମଦଭାଟି ଖୋଲାମ ,ଖୋଲା ଚାଲିଛି* । *ପ୍ରକାଶ ଯେ,ରେଳ ଷ୍ଟେସନ ରୁ ଜବତ ତଥା ଅନ୍ୟ ସ୍ଥାନରୁ ଜବତ ଗଞ୍ଜେଇ କୁ ବେପାରୀ ଙ୍କୁ କେଜି,କେଜି ବିକ୍ରି କରି ଦେଇ ଆସୁଥିବା ବେଳେ ତୁରନ୍ତ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି*।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS