ନୂଆପଡା କାହାର ?
(ମଣିଭଦ୍ରା ଖବର) ବାଇ ଇଲେକ୍ସନ କୁ ନେଇ ରାଜ୍ୟରେ ରାଜନୈତିକ ସରଗରମ ବୃଦ୍ଧି ପାଇଛି l ଆସନ ହାତେଇବା ପାଇଁ ତିନି ପ୍ରମୁଖଦଳ ଅଣ୍ଟାଭିଡି ମୈଦାନ କୁ ଓଲ୍ହାଇଛନ୍ତି l ନିଜ ନିଜର ପ୍ରାର୍ଥୀ ଙ୍କୁ ନେଇ ଦଳ ମାନେ ଆଗକୁ ମାଡି ଚାଲିଛନ୍ତି ବର୍ତ୍ତମାନ ନୂଆପଡା ରେ ଉଷ୍ମତା ବୃଦ୍ଧି ପାଇଛି l ଚବିଶବର୍ଷ ର ବିଜେଡି ର ଏକଛତ୍ର ବାଦୀ ଶାସନ କୁ ସ୍ୱାହା କରିଦେଇଛି 24 ର ସାଧାରଣ ନିର୍ବାଚନ l ଅହଙ୍କାରୀ ଦଳ ବିଜେଡି ର ଗଡ଼ କୁ ଚୁରଚୁର କରି ବିଜେପି ରାଜ୍ୟ ଶାସନ ଗାଦୀକୁ ହାତେଇ ନେଇଛି l ଶୁଣିବାକୁ ମିଳେ ନବୀନ ସରକାର ସମୟରେ ଅତ୍ୟଧିକ ବିଜେପି ପ୍ରେମ ପାଇଁ 24 ନିର୍ବାଚନ ରେ ଫଳାଫଳ ଠିକ ହୋଇଛି l ସାଧାରଣ ଲୋକେ ଜାଣି ସାରିଥିଲେ ବିଜେଡି ମୁଖା ପିନ୍ଧି ରାଜ୍ୟରେ ବିଜେପି ଶାସନ ଚାଲୁଥିଲା l ତେଣୁ ଭୋଟର ସିଧା ସଳଖ ଭାବରେ ବିଜେପି କୁ ରାଜ୍ୟ ଶାସନଭାର ଟେକିଦେଲେ l ଲୋକଙ୍କ ସରକାର ନାରା ଦେଇ ବିଜେପି ମଧ୍ୟ ରାଜ୍ୟରେ ବିଜେଡି ସମୟର ଅସଜଡ଼ା ଶାସନ ପଦ୍ଧତି କୁ ସଜାଡ଼ିବା ରେ ଲାଗିଛି l ସାଧାରଣ ଲୋକଟିଏ ନ୍ୟାୟ ପାଉଛି l ଯେଉଁଠି ବିଜେଡି ଶାସନ କାଳରେ ଲୋକେ ନବୀନ ବାବୁ ଙ୍କୁ କେବଳ ଟିଭି ରେ ଦେଖୁଥିବା ବେଳେ, ବିଜେପି ଶାସନ ରେ ମୋହନ ମାଝୀ ସିଧାସଳଖ ଲୋକଙ୍କ ପାଖରେ ପହଂଚୁଛନ୍ତି l ଏବେ ନୂଆପଡା ନିର୍ବାଚନ ରେ ବିଜେପି ର ପଲ୍ଲା ଭାରୀ ଥିବା ପରି ମନେହେଉଛି l ଅତୀତରେ ବିଜେଡି ଚଳାଉ ଥିବା ଗୁଟି କୁ ଏବେ ବିଜେପି ହାତେଇ ନେଇଛି l ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ ଙ୍କ ପୁତ୍ର ଜୟ ଢୋଲକିଆ ଙ୍କୁ ବିଜେପି ପ୍ରାର୍ଥୀ କରି ବଢିଆ ଗେମ ଖେଳିଛି l ଯାହାକି ବାପାର ଦୟାମୂଳକ ଭୋଟ ହାତେଇ ବାରେ ବିଜେପି ଆଶା ରଖିଛି l ଅନ୍ୟପଟେ ଦେଖିବାକୁ ଗଲେ ବିଜେଡି ବି ଦମଦାର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ପାର୍ଥୀ ଭାବରେ ଘୋଷଣା କରିଛି l ବିଜେଡି ମହିଳା ପ୍ରାର୍ଥୀ ଦେବାର ମୂଳଲକ୍ଷ୍ୟ ମହିଳା ଭୋଟ ହାତେଇବା l ମାତ୍ର ଅତୀତର ମାତ୍ରାଧିକ ବିଜେପି ପ୍ରେମ ବିଜେଡି ପାଇଁ କାଳ ହୋଇପାରେ ବୋଲି ରାଜନୈତିକ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ଏପରିକି ଦେଖିବାକୁ ଗଲେ ବିଜେଡି ଶାସନ କାଳରେ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି l ବିଜେଡି ଶାସନ କୁ କେବଳ ଟଙ୍କା ଆଉ ଯୋଜନା ଲୋଭ ଦେଇ ଆସିଥାଏ l ମାତ୍ର ତାହା ଏହି ଉପ ନିର୍ବାଚନ ରେ କାମ ଦେବନି ବୋଲି ଚର୍ଚ୍ଚା ହେଉଛି l ବିଜେପି ହାତରେ ଶାସନକଳ, ବିଜେଡି ର ପ୍ରତିଶୃତି କେବଳ ପାଣିରଗାର ହେବ ବୋଲି ଲୋକେ ଜାଣି ସାରିଲେଣି l ଅନ୍ୟ ପରେ କଂଗ୍ରେସ କଥା ଦେଖିବାକୁ ଗଲେ ଦଳର ଏତେ ପର୍ଯ୍ୟନ୍ତ ନିଦ ଭାଙ୍ଗିନୀ l ଯାହା ଶୁଣିବାକୁ ମିଳେ ମେଁଫେୟାର ରେ ଦଳ ଅଟକି ଯାଇଛି l ଖାଲି ବେନର ପୋଷ୍ଟର ରାଜନୀତି ରେ ଦଳ ଚାଲିଛି l କଂଗ୍ରେସ ପ୍ରାର୍ଥୀ ଜଣେ ଭଲ, ଲୋକପ୍ରିୟ ନେତା ହୋଇ ଥିବା ବେଳେ ଦଳର ମଙ୍ଗଧରିଥିବା ଛାମୁ ଏବେ ନିଘୋଡ଼ ନିଦରେ ବିଳାସପୂର୍ଣ୍ଣ ହୋଟେଲ ରେ ସୋଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି l କଂଗ୍ରେସ ପ୍ରାର୍ଥୀ ଙ୍କୁ ଚେକ ଦେବାଲାଗି ବହୁ ଆଦିବାସୀ, ହରିଜନ ପ୍ରାର୍ଥୀ ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ କରିଛନ୍ତି l ଯାହା କି କଂଗ୍ରେସ ମୁକ୍ତ ନୂଆପଡା ହେବା ର ଏକ ଚାଲ ପରି ମନେ ହେଉଛି l କେବଳ ବିଜେଡି ଆଉ ବିଜେପି ମଧ୍ୟରେ ଲଢେଇ ହେବା କଥା ଗ୍ରାଉଣ୍ଡଜିରୋ ରେ ରିପୋର୍ଟ ଆସୁଛି l ସରକାରୀ ଦଳ ଯାହାବି ହେଲେ ଉପ ନିର୍ବାଚନ ଜିତେ ବୋଲି ରାଜନୈତିକ ସମୀକ୍ଷକ ନିଜର ମତ ରଖନ୍ତି l ତେଣୁ ବିଜେଡି ଆଶା ରଖିଥିବା ଟଙ୍କା ବଳ ପ୍ରାୟତଃ କାମରେ ଆସିବନି ବୋଲି ଶୁଣିବାକୁ ମିଳେ l ଯେହେତୁ ବିଜେପି ର ବି(B)ଦଳ ବିଜେଡି, ତେଣୁ ଭୋଟର ସିଧା ସଳଖ ବିଜେପି ରେ ମୋହର ମାରିବେ l ଏହି ନିର୍ବାଚନ ମଣ୍ଡଳୀ ରେ ବିଜେପି ର ପଲ୍ଲା ଭାରୀ ରହିବ ବୋଲି ଆଶା କରାଯାଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق