BREAKING
Loading...
:

ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା।

 ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା।



ଗୋପାଳପୁର,-;

               ସ୍ତନ କ୍ୟାନ୍ସର ସଚେତନତା ପାଇଁ ଗୋପାଳପୁର ବିଚ୍‌ରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ  ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ  ଆୟୋଜିତ ସଚେତନ ପଦ ଯାତ୍ରା ବ୍ରହ୍ମପୁର

ଓ ଗୋପାଳପୁର ଠାରେ  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହଯୋଗରେ ଗୋପାଳପୁର ବିଚ୍‌ରେ ସ୍ତନ କ୍ୟାନ୍ସର ସଚେତନତା ପାଇଁ ପଦଯାତ୍ରା ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗ ଓ ପେଶାର ଲୋକମାନେ ଯୋଗ ଦେଇ ସ୍ତନ କ୍ୟାନ୍ସର ନିବାରଣ ସଚେତନତା ବଢାଇବାରେ ଏକତା ଦେଖାଇଲେ ।



ଏଚ ସି ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ଭାରତୀୟ ସ୍ତରରେ ସବୁଠାରୁ ବଡ଼ ଓ ଅଗ୍ରଣୀ କ୍ୟାନ୍ସର ଚିକିତ୍ସା ସଂସ୍ଥା ରୂପେ ପରିଚିତ। ଯାହା ରୋଗୀକେନ୍ଦ୍ରିତ ଆଭିମୁଖ୍ୟ, ଆଧୁନିକ ଚିକିତ୍ସା ପ୍ରଣାଳୀ ଓ ବହୁମୁଖୀ ଓଙ୍କୋଲଜି ସେବା ପାଇଁ ପରିଚିତ ବୋଲି ଫାଉଣ୍ଡେସନ ର ଅଧକ୍ଷ ପି ଧର୍ମା ରାଓ ମତପ୍ରକାଶ କରିଥିଲେ।ଦେଶ କୁ ଯୋଡି ଏହାର ବିକାଶଶୀଳ ନେଟୱାର୍କ ମାଧ୍ୟମରେ ରୋଗୀମାନଙ୍କ ସୁଫଳ ଓ ସୁସ୍ଥ ଜୀବନ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ମ୍ୟାନେଜେର ସମୀର ମିଶ୍ରଓ ସଦାନନ୍ଦ ବିଶ୍ୱାଳ କହିଥିଲେ,। ଡାକ୍ତର ସୈକାନ୍ତ ଗୁପ୍ତା, ମେଡିକାଲ ସୁପରିଟେଣ୍ଡେଣ୍ଟ, ଫାଉଣ୍ଡେସନ ର ସମ୍ପାଦକ ଏସ ଚିଟିବାବୁ, ଆଇନଜୀବି ଗଣେଶ ପାତ୍ର, କିରଣ ପାତ୍ର, ପଦଯାତ୍ରାକୁ ସୁ ପରିଚାଳନା ରେ ସହଯୋଗ କରିଥିଲେ।

 ବିଭିନ୍ନ ସମୟ ରେ ଜିଲ୍ଲା ଓ ରାଷ୍ଟ୍ର ରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ଜରିଆରେ ଗରିବଙ୍କୁ ଖାଦ୍ୟ ପେୟ ଦେବା,ସମସ୍ତ ଙ୍କ ଉତ୍ତମ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଓ ସମାଜରେ ସଚେତନ  କରାଇବା, ମାଗଣାଚକ୍ଷୁ ପରୀକ୍ଷା ଓ ପରଳ ଅସ୍ତ୍ରୋପଚାର, ମାଗଣା ଔଷଧ ପ୍ରଦାନ, ସାଂସ୍କୃତିକ ଉନ୍ନୟନ ଭଳି ଉତ୍ତମ କାର୍ଯ୍ୟକ୍ରମ କରିଆସୁଛି  ଓ ଆଗାମୀ ଦିନରେ ଲୋକଙ୍କ ସହଯୋଗ ରେ ଏ ଭଳି କାର୍ଯ୍ୟକ୍ରମକୁ ଆହୁରି ଉତ୍ସାହର ସହ ଆଗେଇ ନେବ ବୋଲି ଏବଂ ସବୁ ସ୍ଥାନକୁ ସ୍ୱଛତା ରଖିବା ପାଇଁ ଜନସାଧାରଣ ଙ୍କୁ ପି ଧର୍ମା ରାଓ ଅନୁରୋଧ କରିଥିଲେ।ଅତିଥି ବୃନ୍ଦ ଙ୍କୁ ଉପଢ଼ୋକନ ଓ ପୁଷ୍ପ ଗୁଚ୍ଛ ସହିତ ମଞ୍ଚାସିନ କରାଯାଇଥିଲା ଗୋପାଳପୁର ପୋଲିସ ଓ କଲେଜ ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁଶୃଙ୍ଖଳା ଗତ ସହଯୋଗ ପାଇଁ ସମୀର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS