BREAKING
Loading...
:

ବାହାନଗା ହାଇସ୍କୁଲ ପଡିଆ ଏବେ ଫତୁଡୁ, ଗଞ୍ଜୋଡ଼ ଙ୍କ ଚରାଭୂଇଁ

 ବାହାନଗା ହାଇସ୍କୁଲ ପଡିଆ ଏବେ ଫତୁଡୁ, ଗଞ୍ଜୋଡ଼ ଙ୍କ ଚରାଭୂଇଁ




ବାହାନଗା,-: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ବାହାନଗା ହାଇସ୍କୁଲ ପଡିଆ ଏବେ ସାଜିଛି ନିଶାଡି ଙ୍କ ଚରାଭୂଇଁ l ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ଜମେ ଏହି ହାଇସ୍କୁଲ ପଡିଆରେ l ଡ୍ରଗ୍ସ, ଆଉ ଗଂଜେଇ ଧୂଆଁରେ ରେ ମହମହ ବାସେ ସ୍କୁଲ ପଡିଆ l ସନ୍ଧ୍ୟା ବେଳେ ପୁରା ଅନ୍ଧକାର ହୋଇ ପରେ ସ୍କୁଲ ପଡିଆ l ନୁଆ ନୁଆ ନିଶା ଆରମ୍ଭ କରିଥିବା ଯୁବଗୋଷ୍ଠୀ ଙ୍କ ନିର୍ଭୟ ଚରାଭୂଇଁ ପାଲଟି ଯାଏ ଏହି ସ୍କୁଲ ପଡିଆ l ଅନ୍ଧାର ରେ ଗଂଜେଇ ଚିଲମ ର ଦପଦପ ଆଲୋକ ପଡିଆ ସାରା ଜଳୁଥାଏ l ବିଭିନ୍ନ ଅସାମାଜିକ ନିଶାଡି ଯୁବକ ମଦ ନେଇ ପଡିଆ ଭିତରେ ନିର୍ଭୟ ରେ ସେବନ କରିଥାନ୍ତି l ଆଉ କାଚ ଗୁଡିକୁ ଭାଙ୍ଗି ପଡିଆ ମଝିରେ ଫୋପାଡୁ ଥିବାରୁ ସ୍କୁଲ ସମୟରେ ପିଲାମାନେ ଖଣ୍ଡିଆ ଖାବରା, ରକ୍ତାକ୍ତ ହେଉଛନ୍ତି l ଶୁଣିବାକୁ ମିଳେ ସନ୍ଧ୍ୟା ପରେ ପଡିଆ ଆଉ ସ୍କୁଲ କ୍ୟାମ୍ପସ ଭିତରେ ଅନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଏ l ଯଥାଶୀଘ୍ର ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ ଅସାମାଜିକ କାର୍ଯ୍ୟକୁ ରୋକିବା ପାଇଁ ବୁଦ୍ଧିଜୀବୀ ମହଲରୁ ନିବେଦନ ହେଉଛି l ଦେଖାଯାଉ କେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS