*ପୁରୁଣା ପୋଡା ଇଟା ରେ ନିର୍ମାଣ ହେଲା ବିଦ୍ୟାଳୟ ର ପାଚେରୀ*
*ପାଚେରୀର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ..*
*ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ ଦାବୀ..*
ତିର୍ତ୍ତୋଲ:- ବିଦ୍ୟାଳୟ ସାଜିଛି ଦୁର୍ନୀତି ର ଚରାଭୂଇଁ ଠିକାଦାର ଏବଂ ଯନ୍ତ୍ରୀଙ୍କ ମିଳିତ ସଂଯୋଜନାରେ ହେଉଛି ସରକାରୀ ଅର୍ଥ ଲୁଟ, ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରେ ଅନ୍ୟତମ ମଣିଚରଣ ଶାରଳା ଏକାଡେମୀ, ବହୁ ପ୍ରତିଭା ସୃଷ୍ଟି କରି ନିଜର ସ୍ୱତନ୍ତ୍ର ପରିଚୟ ପାଇଛି ଏହି ବିଦ୍ୟାଳୟ | ସରକାରୀ ଛୁଟି ଦିବସରେ ରାତି ଅନିଦ୍ରା ହୋଇ ର ଠ ରେ କାର୍ଯ୍ୟ ଶେଷ କରିଦେଲେ ଠିକାଦାର | ଠିକାଦାର ଙ୍କ ଦୋଷ ଦୁର୍ବଳତା ଘୋଡ଼େଇବା ପାଇଁ ଧାଁ ଧପଡ଼ ହୋଇ ନୟାନ୍ତ ହେଉଛନ୍ତି ଯନ୍ତ୍ରୀ ମହାଶୟ | ଏଭଳି ଏକ ଘୋଟଲା ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସ୍ଥିତ ମଣି ଚରଣ ଶାରଳା ଏକାଡେମୀ ରେ ଚାଲିଥିବା ପାଚେରୀ ନିର୍ମାଣ କାର୍ଯ୍ୟରେ। ସୂଚନା ଅନୁଯାୟୀ ପୂର୍ବରୁ ନିର୍ମାଣ ଥିବା ପାଚେରୀ ର ସୀମିତ ଜାଗାକୁ ସଂକୁଚିତ କରିବା ପାଇଁ ଜୈନିକ ଠିକାଦାର ମୋଟା ଅଙ୍କର ଅର୍ଥ ନେଇ ନୂତନ ପାଚେରୀ ନିର୍ମାଣ କରିଛନ୍ତି। ଏଥି ସହିତ ପୂର୍ବରୁ ଭଙ୍ଗାଯାଇଥିବା ଘର ଓ ପାଚେରୀ ର କିଛି ଅଂଶବିଶେଷ କୁ ନିର୍ମାଣ କାର୍ଯ୍ୟ ରେ ବ୍ୟବହାର କରିବା ସହିତ ଅନେକ ସାମଗ୍ରୀ କୁ ରାତାରାତି ବିକ୍ରି କରିଦେଇଥିବା ଶୁଣିବାକୁ ମିଳୁଛି। ଖାଲି ସେତିକି ନୁହେଁ ଠିକାଦାର ପୂର୍ବ ପାଚେରୀ ରେ ବ୍ୟବହାର ହୋଇଥିବା ପୁରୁଣା ଭଙ୍ଗା ଦଦରା ପୋଡାଇଟା କୁ ଯୋଡ଼ିବା ସହିତ ପ୍ଲିନ୍ଥ ର ଢ଼ଳେଇ ରେ ବଡ଼ ବଡ଼ ପଥର କୁ ଦେଇ ରାତି ଅଧିଆ କାମ ସାରିଦେଇଛନ୍ତି। କିନ୍ତୁ ଲୁଚିଚି ନା ଗୋଡ଼ ଦୁଇଟା ଦିଶୁଛି ଭଳି ଠିକାଦାର ଓ ଯନ୍ତ୍ରୀ ଙ୍କ ଏହି ମଧୁ ଚନ୍ଦ୍ରିକା ହରିଲୁଟ କାର୍ଯ୍ୟ ଏବେ ଲୋକଲୋଚନ କୁ ଆସିଯାଇଛି। ସିମେଣ୍ଟ ଓ ବାଲି ର ଭାଗ ସଠିକ ଦିଆଯାଉନଥିବା ମଧ୍ୟ ଶୁଣିବାକୁ ମିଳୁଛି। ନନ୍ ଟ୍ରେଡ ସିମେଣ୍ଟ ଆଣି ଠିକାଦାର ରାତିର ଅନ୍ଧାରରେ କାମ ସାରି ଦେଇଛନ୍ତି। ହେଲେ ଠିକାଦାର ନିଜର ପାରିବା ପଣିବା ଦେଖାଇକୁ ଯାଇଁ ଏବେ ହରଡ଼ ଘଣାରେ ପଡିଯାଇଛନ୍ତି। ଏହି ଦୁର୍ନୀତି କାର୍ଯ୍ୟରେ ଠିକାଦାର ଙ୍କୁ ସୁରକ୍ଷା ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ବେହେରା ବାବୁ ଧାଁ ଧପଡ଼ ହେଉଥିବା ଶୁଣିବାକୁ ମିଳୁଛି। ଏଥିରୁ ଜଣାପଡୁଛି ଠିକାଦାର ଓ ସର୍ବଶିକ୍ଷା ବିଭାଗ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା ଙ୍କ ମଧୂରଚନ୍ଦ୍ରିକା ରେ ଏହି ପାଚେରି ନିର୍ମାଣ କାର୍ଯ୍ୟ ହରିଲୁଟ୍ ପାଇଁ ସବୁ କୌଶଳ ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି। ଛୁଟି ଦିନରେ ଭଙ୍ଗାଦଦରା ପୋଡା ଇଟା ରେ ନିର୍ମାଣ ହୋଇଥିବା ପାଚେରୀ କୁ ରାତିଅଧିଆ ପ୍ଲାଷ୍ଟର କରିଦେଇଛି ଠିକାଦାର। ତେବେ ଦୁର୍ନୀତି ନିବାରଣ ବିଭଗ ଦ୍ୱାରା ଏହାର ତଦନ୍ତ ସହିତ ଠିକାଦାର ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ଉପରେ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାଵୀ ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment