BREAKING
Loading...
:

ଆଦିବାସୀ ଅଞ୍ଚଳରେ ଆନ୍ଧ୍ର ଜମି ମାଫିଆ ମାନଙ୍କ ବିରୁଦ୍ଧ ରେ ଆନ୍ଦୋଳନ କରାଯିବ

 ଆଦିବାସୀ ଅଞ୍ଚଳରେ ଆନ୍ଧ୍ର ଜମି ମାଫିଆ ମାନଙ୍କ ବିରୁଦ୍ଧ ରେ ଆନ୍ଦୋଳନ କରାଯିବ 



ରାୟଗଡା - ସି ପି ଆଇ (ଏମଏଲ) ଲିବରେସନ ତରଫରୁ  ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ  ରେଗଂଲ ପାଡୁ ଗାଁ  ଆମ୍ଭ ତୋଟା ରେ ବ୍ଲକ ସ୍ତରୀୟ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । 

          ଉକ୍ତ ବୈଠକରେ ସି ପି ଆଇ (ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର କଂ ଜନ ବିରୋଧୀ ନିତି ବିରୁଦ୍ଧ ରେ ବକ୍ତବ୍ୟ ରଖିବା ସହ କୋଲନରା ବ୍ଲକ ରେ ଆଦିବାସୀ ମାନଙ୍କ ଦଖଲ ରେ ରହିଥିବା ଜଗଂଲ ଜମି ଓ ସରକାରୀ ଜମିକୁ ଆନ୍ଧ୍ର ଜମି ମାଫିଆ ମାନେ ନିଜ କବଜାକୁ ନେବା ଷଡଯନ୍ତ୍ର କୁ ତିବ୍ର ସମାଲୋଚନା କରିଥିଲେ। 

        ରେଗଂଲ ପାଡୁ ଗାଁ ଆଦିବାସୀ ମାନଙ୍କୁ ରହିବାକୁ ଘର ଡିହ, ସମ୍ବିଧାନ ର 5ମ ଅନୁଚ୍ଛେଦରେ  ଆଦିବାସୀ ମାନଙ୍କୁ ଜମିର ଅଧିକାର ଯୋଗାଇବା, ଆନ୍ଧ୍ର ଜମି ମାଫିଆ ମାନେ ଅଣକାପାଡୁ ଗାଁ ର ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି କୁ ଯୋରଜବରଦସ୍ତି ନେବା, ସମସ୍ତ କୁଂ ଜଗଂଲ ଜମି ଓ ଘର ଡିହ ପଟା ପ୍ରଦାନ କରିବା, ସମସ୍ତ ଗରିବ ମାନକୁ 50 କେଜି ଚାଉଲ ଯୋଗାଇବା, 300 ୟୁନିଟ୍ ବିଦ୍ୟୁତ ଯୋଗାଇବା, ପେନସନ 5000 ଟକାଂ ଯୋଗାଇଦେବା, ବଡ଼ ଖିଲାପଦର ଗାଁ ର ଆଦିବାସି ମାନକଂ ଦଖଲରେ ଥିବା ଜମି ର ପଟା ପ୍ରଦାନ କରିବା, ତଳ ଶିକାବାଡି ଠାରୁ ଲହରୀ ଗାଡା. ପର୍ଯ୍ଯନ୍ତ ପକ୍କା ରାସ୍ତା କରିବା ପାଇଁ ଆଲୋଚନା କରିବା ସହ ନଭେମ୍ବର ମାସରେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଅନିଧ୍ୟିଷ୍ଟ କାଳ ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

 

ଶିବ କୁମାର ଉଇକା, ଅନିରୁଦ୍ଧ ନିଶିକା(ପୂର୍ବତନ ସରପଞ୍ଚ) କୃଷ୍ଣା ପାଲକା, ଦିପାଇ କିଲାକା, ନିଲାଇ କିଲାକା , ସୁଭଦ୍ରା ଉଲକା ମେଦିରି ଗରଡିଆ, ଅଷ୍ଟମ ଉଲକା, ଆଚାନା ମଣ୍ଡାଗିଂ, ବୃନ୍ଦାବନ ଗୁନା, ଛବିଲାଲ ହିହାଲ, ରାମାରାଓ କୁତ୍ରୁକା, ମୂର୍ତ୍ତୀ ମିଣିଆକା, ଆଶିକା ଅଟକା ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS