BREAKING
Loading...
:

ଦଳପତି (ଦଳୁଆ ) ଜାତିକୁ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ନିମନ୍ତେ ସତ୍ୟପାଠ ଦାଖଲ ।

 ଦଳପତି (ଦଳୁଆ ) ଜାତିକୁ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ନିମନ୍ତେ  ସତ୍ୟପାଠ ଦାଖଲ ।

    



  ବ୍ରହ୍ମପୁର :  ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥିଭବନ ଠାରେ , ଜାତୀୟ ପଛୁଆ ବର୍ଗ କମିଶନ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀଯୁକ୍ତ  ପ୍ରମୋଦ  ଜେନାଙ୍କ ନେତୃତ୍ୱ ରେ ସାତ ଜଣିଆ ପ୍ରତନିଧି ଦଳ ଦଳପତି (ଦଳୁଆ ) ଜାତିକୁ ପଛୁଆ ଜାତି/ବର୍ଗ ରେ ଅନ୍ତର୍ଭୁକ୍ତ  କରିବା ପାଇଁ  ସତ୍ୟପାଠ ଦାଖଲ କରିଥିବା ଜଣାଯାଇଛି lଜାତୀୟ ପଛୁଆ ବର୍ଗ ଅଧକ୍ଷ୍ୟ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀର, ସଚିବ ଶ୍ରୀମତି ରାଜୀବଲୋଚନ, ସଦସ୍ୟ ଶ୍ରୀ ଭବନ ଭୂଷଣ କମଲ ଓ ରାଜ୍ୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିକାଶ ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗ, ନିର୍ଦେଶକ ଙ୍କ ସମେତ ବିଭିନ୍ନ ବିଭାଗ ର ପଦସ୍ଥ ଅଧିକାରୀ ଉପସ୍ଥିତ ରହି ଶତାଧିକ ଆଗ୍ରହୀ ବିଭିନ୍ନ ଜାତି ବର୍ଗଙ୍କ ଠାରୁ ପଛୁଆବର୍ଗରେ  ଅନ୍ତର୍ଭୁକ୍ତିକରଣ/ବାଦଦେବା ନିମନ୍ତେ ସେମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ଅବସ୍ଥା ସମ୍ପର୍କ ରେ 24 ଗୋଟି ପ୍ରାସଙ୍ଗିକ ପ୍ରଶ୍ନାବଳୀର ସଠିକ ଉତ୍ତର ସତ୍ୟପାଠ ଜରିଆରେ ଉପସ୍ଥାପନ କରିବାକୁ ଆହ୍ୱାନ କରିଥିଲେ l 


ଦଳପତି ମହାସଭାର ସାଧାରଣ ସଂପାଦକ ଶ୍ରୀଯୁକ୍ତ  ସୂର୍ଯ୍ୟକାନ୍ତ ପାତ୍ର  ଓ କାର୍ଯ୍ଯକାରିଣୀ ସଦସ୍ଯ   ଡଃ ଶଂକର ମାଝୀ ଅନ୍ଯ କେତେକ  ସଦସ୍ଯଙ୍କ ସହାୟତାରେ  ବିଭିନ୍ନ ତଥ୍ଯ ସଂଗ୍ରହ କରି  ପ୍ରମୁଖ ପ୍ରଶ୍ନାବଳୀର ଉତ୍ତର  ପ୍ରଦାନ କରିଥିବା  ଯୋଗୁଁ  ତାହା  ଜନଶୁଣାଣି କାର୍ଯ୍ୟକ୍ରମରେ  କମିଶନରଙ୍କ ସକାରାତ୍ମକ ମନୋଭାବ ପୋଷଣକରିଥିବା ଲକ୍ଷ୍ୟ କରାଯାଇଛି l ଦୀର୍ଘ ଦିନର ଦାବୀ ଫଳବତୀ ହେବାନେଇ ଦଳପତି ଜାତି ସଦସ୍ୟଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବା ଉଲ୍ଲେଖ କରାଯାଇଛି l 

ଦଳପତି (ଦଳୁଆ )ଜାତି କେନ୍ଦ୍ରୀୟ କମିଟିର ସଭାପତି ଶ୍ରୀ ପ୍ରମୋଦ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଶ୍ରୀ ଶିବ ଶଙ୍କର ସାହାଣୀ, ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର, ଉପସଭାପତି ସୁଶ୍ରୀ ଆରତୀ ଦେବୀ, ସମ୍ପାଦକ ଶ୍ରୀ ପବିତ୍ର କୁମାର ନାୟକ, ଭୁବନେଶ୍ୱର ଶାଖା ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ନାୟକ, ଶ୍ରୀ ଲୋକନାଥ ସାମଲ ଓ ଶ୍ରୀ ସଞ୍ଜୟ ରାଉତ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିବା ଜଣାଯାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS