ନୋବେଲ ବାଉଳା ବାହାପିଆ ଟ୍ରମ୍ପ ଙ୍କ ମୁଂହ ଫୁଟାଣି-,
:ନୋବେଲ ବାଉଳା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ପାକିସ୍ତାନ ଓ ଆଫଗାନିସ୍ତାନ ବିବାଦକୁ ନେଇ ମୁହଁ ଫୁଟାଇ ଦେଖାଇଛନ୍ତି। ପାକ୍ ଓ ଆଫଗାନ ବିବାଦ ସମାଧାନ କରିବା ତାଙ୍କ ପାଇଁ ବେଶ ସହଜ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଏଥିସହ ସେ ପୂର୍ବରୁ ବିଶ୍ୱର ଅନେକ ଯୁଦ୍ଧର ସମାଧାନ କରିବା କଥା ଦୋହରାଇଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିରି ଜେଲେନସ୍କିଙ୍କ ସହ ହ୍ୱାଇଟ ହାଉସରେ ବୈଠକ କରିବା ପରେ ପାକ(Pakistan) ଓ ଆଫଗାନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଟ୍ରମ୍ପ। ସେ କହିଛନ୍ତି, “ମୁଁ ବୁଝି ପାରୁଛି ଯେ ପାକିସ୍ତାନ ଆକ୍ରମଣ କରିଥିଲା କିମ୍ବା ଏବେ ଆଫଗାନିସ୍ତାନରେ ଆକ୍ରମଣ ଚାଲିଛି। ଯଦି ମୋତେ ଏହାର ସାମାଧାନ କରିବାର ଅଛି, ତା’ହେଲେ ଏହା ମୋ ପାଇଁ ବେଶ ସହଜ।
ଏସବୁ ଭିତରେ ମୋତେ ଆମେରିକାକୁ ମଧ୍ୟ ଚଳାଇବାର ଅଛି। କିନ୍ତୁ ମୁଁ ଯୁଦ୍ଧ ଶେଷ କରିବାକୁ ବହୁତ ଭଲ ପାଏ। ଏହାର କାରଣ ମଧ୍ୟ ଆପଣମାନେ ବେଶ ଭଲ ଭାବେ ଜାଣିଛନ୍ତି? ଲୋକଙ୍କ ହତ୍ୟାକୁ ମୁଁ ବନ୍ଦ କରିବାକୁ ବେଶ ପସନ୍ଦ କରେ। ମୁଁ ଲକ୍ଷଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିଛି।”
ଦୁଇ ପଡ଼ୋଶୀ ପାକ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ତୀବ୍ର ହୋଇଥିବା ବେଳେ ଟ୍ରମ୍ପଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଟ୍ରମ୍ପ ନିଜର ପୁରୁଣା ଯୁଦ୍ଧ ବନ୍ଦ କରିଥିବା ଦାବିକୁ ମଧ୍ୟ ପୁଣିଥରେ ଦୋହରାଇବାକୁ ପଛାଇ ନାହାନ୍ତି।
ସେ ଯୁଦ୍ଧ ଶେଷ କରି ନୋବେଲ ଶାନ୍ତି ପୁରସ୍କାର ଜିତିବା ଲକ୍ଷ୍ୟରେ ରହିଥିଲେ ହେଁ ତାଙ୍କୁ ଏ ବର୍ଷ ନିରାଶ ହେବାକୁ ପଡ଼ିଛି। କିନ୍ତୁ ଟ୍ରମ୍ପ ତାଙ୍କ ପୁରୁଣା ଦାବିକୁ ଦୋହରାଇବା ବନ୍ଦ କରି ନାହାନ୍ତି।
ସେ କହିଛନ୍ତି, “ମୁଁ ୮ଟି ଯୁଦ୍ଧର ସମାଧାନ କରିଛି। ରାୱଣ୍ଡାରୁ କଙ୍ଗୋ ଯାଆନ୍ତୁ। ଭାରତ ଓ ପାକିସ୍ତାନ କଥା କୁହନ୍ତୁ। ଦେଖନ୍ତୁ ଆମେ କେତେ ଯୁଦ୍ଧର ସମାଧାନ କରିଛୁ। ଯେତେବେଳେ ବି ମୁଁ କୌଣସି ଯୁଦ୍ଧକୁ ସମାଧାନ କରୁଛି ସେତେବେଳେ ସେମାନେ କହୁଛନ୍ତି ଯେ ଯଦି ପରବର୍ତ୍ତୀ ଯୁଦ୍ଧକୁ ମୁଁ ବନ୍ଦ କରିଦେବି, ତା’ହେଲେ ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବ।
ମୋତେ ନୋବେଲ ପୁରସ୍କାର ମିଳିଲା ନାହିଁ। ଏହା ଆଉ କାହାକୁ ମିଳିଲା, ଯିଏ ଜଣେ ବହୁଲ ଭଲ ମହିଳା। ମୁଁ ଜାଣିନି ସେ କିଏ। କିନ୍ତୁ ସେ ବେଶ ଉଦାର। ମୋତେ ସେସବୁ କଥାରେ କିଛି ଯାଏ ଆସେ ନାହିଁ। ମୋତେ କେବଳ ଲୋକଙ୍କ ଜୀବନ ବଞ୍ଚାଇବାର ଅଛି।”
୨୦୨୫ ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ବିରୋଧୀ ଦଳ ନାତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ମିଳିଛି। ସେ ନୋବେଲ ଜିତିବା ପରେ ଟ୍ରମ୍ପଙ୍କୁ ଏହା ଉତ୍ସର୍ଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق