ବିଦ୍ୟୁତ ଖୁଣ୍ଟ ପଡ଼ି ଛାତ୍ର ଗୁରୁତର
ସୋର,:ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରସଙ୍ଖ ଗ୍ରାମର ନବମ ଶ୍ରେଣୀ ର ଛାତ୍ର ଦେବାଶିଷ ବେହେରା ଯାଉଥିବା ସମୟରେ ବିଦ୍ୟୁତ ଖୁଣ୍ଟ ପଡ଼ି ଛାତ୍ର ଗୁରୁତର l ସକାଳେ ଟିଉସନ ରୁ ଫେରୁଥିବା ସମୟରେ ପଂଚାୟତ ଅଫିସ ପାଖ ଗୁଲାସାହି ନିକଟରେ ଏକ କୁକୁଡ଼ା ବୋଝେଇ ଟ୍ରକ ବିଦ୍ୟୁତଖୁଣ୍ଟକୁ ଧକ୍କା ଦେବା ଫଳରେ ଖୁଣ୍ଟଟି ଭାଙ୍ଗି ଛାତ୍ର ଙ୍କ ଉପରେ ପଡ଼ିଯାଇଥିଲା l ଘଟଣା ସ୍ଥଳରେ ସାଇକେଲ ଟି ଭାଙ୍ଗିଯିବା ସହ ଦେବାଶିଷ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ସଂଗେସଂଗେ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق