BREAKING
Loading...
:

ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ

 ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ



( ପ୍ରଦୂଷଣ ବୋର୍ଡ ଆଗରେ ଆମରଣ ଅନଶନ ପ୍ରତ୍ୟାହୃତ)

ଭୁବନେଶ୍ୱର: ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ ଗାଡକଣ ଅଳିଆ ଗଦାକୁ ହଟାଇବାକୁ ନେଇ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମୁଖରେ ଆମରଣ ଅନଶନ କରିଥିଲା।  ବୋର୍ଡ ତରବରିଆ ଭାବେ ଅଭିଯାନକୁ ଏକ ଚିଠି ଲେଖି ଆମରଣ ଅନଶନ ବନ୍ଦ ରଖିବାକୁ ଅନୁରୋଧ କରିବା ସହିତ ଏହି ବିଷୟରେ ଗୃହ ଓ଼ ନଗର ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରିବାକୁ କହିଥିଲା। ହେଲେ ପ୍ରବଳ ବର୍ଷା ସତ୍ୱେ  ମଧ୍ୟ ଅନଶନ ଚାଲିଥିଲା। ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ସହିତ ପ୍ରଦୂଷଣ ବୋର୍ଡ ଅଧିକାରୀ ଆଲୋଚନା କରିବାକୁ ଗେଟ ସମୁଖକୁ ଆସିଥିଲେ। ମାମଲାଟି ବର୍ତ୍ତମାନ ବିଚାରାଧୀନ ଅଛି ତେଣୁ ଆପଣଙ୍କ ଦାବୀ ଅନୁଯାଇ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଆଲୋଚନା ପରେ ଆଜି ପାଇଁ ଅନଶନ ପ୍ରତ୍ୟାହୃତ ହୋଇଛି। ଆଗକୁ ପୁଣି ଆବଶ୍ୟକ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଅଭିଯାନ କହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS