ଐତିହାସିକ ବାଲିଯାତ୍ରା ପାଇଁ ବାଙ୍କୀର ସାହିତ୍ୟିକ ପୁସ୍ତକ ଦାନ
ବାଙ୍କୀ,୨୮ା୧୦ (ମାନସ ରଞ୍ଜନ ସାହୁ):କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ପ୍ରଥମ କରି ଓଡ଼ିଆ ଅସ୍ମିତା ପାଇଁ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ଓ ପ୍ରସାର ପାଇଁ ଓଡ଼ିଆ ଭାଷାର ବିଶିଷ୍ଟ ଲେଖକମାନଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଙ୍କୀ ମହୋତ୍ସବ ସ୍ମରଣିକା ସଂପାଦକ କବି କୌଶିକ ନାୟକ ଓ କବି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଆଜି ବାଙ୍କୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କାର୍ଯ୍ୟାଳୟକୁ ଯାଇ ସେଠାରେ ପୁସ୍ତକ ପ୍ରଦାନ କେନ୍ଦ୍ରରେ ଉପସ୍ଥିତ ଥିବା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟନ୍ତୀ ଗୋଚ୍ଛି ଓ ପୁସ୍ତକ ସଂଗ୍ରହ ଦାୟିତ୍ୱରେ ଥିବା ଶିକ୍ଷକ ବିଜୟ କୁମାର ପଟ୍ଟନାୟକଙ୍କୁ ବିଭିନ୍ନ ପୁସ୍ତକ ଦାନ କରିଛନ୍ତି । ବିଶେଷ କରି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଲିଖିତ ପୁସ୍ତକ ‘ବିଚିତ୍ର ପ୍ରାଣୀଜଗତ’ ଓ କବି କୌଶିକ ନାୟକଙ୍କ ‘କବିତା ସଂକଳନ’ ଆଦି ୫୦ଖଣ୍ଡ ପୁସ୍ତକ ପ୍ରଦାନ କରାଯାଇଛି । ଏପରି କାର୍ଯ୍ୟକ୍ରମକୁ ବାଙ୍କୀର ବହୁ କବି ଓ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق