BREAKING
Loading...
:

ସୁରକ୍ଷା ଦେଉଛି ହାଇୱେ ପେଟ୍ରୋଲିଙ୍ଗ ଗାଡି

 ସୁରକ୍ଷା ଦେଉଛି ହାଇୱେ ପେଟ୍ରୋଲିଙ୍ଗ ଗାଡି



ବାହାନଗା -:ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ବାରିକପୁର ଆଦିରୂପା ପେଟ୍ରୋଲଟାଙ୍କି ସାମ୍ନାରେ ଆଜି ଭଦ୍ରକ ରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଏକ ଟ୍ରଲର ଗାଡିଟି ଡିଭାଇଡର ଠାରେ ଫସିଯାଇଥିଲା l ଯେଉଁଥି ପାଇଁ ଦୁଇ ପାଖରୁ ଆସୁଥିବା ଗାଡି ଗୁଡିକ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା l ସ୍ଥାନୀୟ ଲୋକେ ହାଇୱେ ପେଟ୍ରୋଲିଙ୍ଗ ଗାଡିକୁ ଯୋଗାଯୋଗ କରିଥିଲେ l ତତକ୍ଷଣାତ ପେଟ୍ରୋଲିଙ୍ଗ ଗାଡି ପହଂଚି ରାସ୍ତା କ୍ଳିଅର କରିବା ସହିତ ଫସିଯାଇଥିବା ଟ୍ରଲର କୁ କେମିତି ବାହାର କରାଯିବ ଚେଷ୍ଟା ଚଳାଇ ଥିଲେ l ପେଟ୍ରୋଲିଙ୍ଗ ଗାଡି ରେ ଥିବା ଇନଚାର୍ଜ ଏଏସଆଇ ମହେଶ୍ୱର ମାଝୀ ଏକ ଜେସିବି ମେସିନ ସହାୟତା ରେ ଗାଡ଼ିଟିକୁ ସାଇଡ କରିବା ସହିତ ଯାମ ରାସ୍ତାକୁ କ୍ଳିଅର କରିଥିଲେ lସତରେ ହାଇୱେ ପେଟ୍ରୋଲିଙ୍ଗ ଗାଡି, ଗାଡି ଚାଳକ ସହ ଜନ ସାଧାରଣ ଙ୍କ ବହୁ ଉପକାର ରେ ଆସୁଛି l ଯାହାକି ସରକାର ଙ୍କ ଏକ ଉଚିତ ପଦକ୍ଷେପ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS