BREAKING
Loading...
:

ICUରୁ ବାହାରିଲେ ଅଭିଜିତ ମଜୁମଦାର

 ICUରୁ ବାହାରିଲେ ଅଭିଜିତ ମଜୁମଦାର



ଭୁବନେଶ୍ୱର,  -:ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ଅଭିଜିତଙ୍କୁ   ଆଇସିୟୁର ବାହାର କରାଯାଇଛି। ତାଙ୍କୁ ମେଡିସିନ ୱାର୍ଡରେ ରଖାଯାଇଛି। ତାଙ୍କର ଲିଭର ସଞ୍ଚାଳନ ଠିକ ରହିଛି ବୋଲି ସୂଚନା ମିଳିଛି।

୨୧ ଦିନ ତଳେ ଅର୍ଥାତ୍ ସେପ୍ଟେମ୍ବର ୪ ତାରିଖରେ ଓଡ଼ିଆ ସଂଗୀତ ଜଗତରେ ମେଲୋଡି କିଙ୍ଗ ଭାବେ ପରିଚିତ ଅଭିଜିତ ମଜୁମଦାର କୋମାକୁ ଚାଲିଯାଇଥିଲେ। ସେତେବେଳେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ମେଡିକାଲ୍‌ ବୁଲେଟିନ୍‌ରେ ଏକଥା କୁହାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଗତ କିଛି ଦିନ ତଳେ ଖବର ଆସିଥିଲା ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି।  ତାଙ୍କୁ ଆଇସିୟୁରୁ ବାହାର କରାଯାଇଛି। ଏହି ଖବର ତାଙ୍କ ପରିବାର ତଥା ଫ୍ୟାନ୍‌ମାନଙ୍କୁ ଆଶ୍ୱସ୍ତ କରିଛି। 


ପ୍ରଥମେ ଅଭିଜିତ ମଜୁମଦାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଅଧିକ ବିଗିଡିଯିବାରୁ ଗତ ୪ ତାରିଖରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି।

୫୩ ବର୍ଷୀୟ ଅଭିଜିତ ମୁଜମଦାର ୨୦୦୦ ମସିହାରେ ‘କାଶିଆ କପିଳା’ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡ୍‌ ଜଗତରେ ପାଦ ଥାପିଥିଲେ। ଏହା ପରେ ‘ତୋ ବିନା ଭଲ ଲାଗେନା’, ତୁ ଥାଆ ମୁଁ ଯାଉଛି ରୁଷି’, ‘ମ୍ୟାଟ୍ରିକ୍ ଫେଲ୍’, ‘ଲଭ୍ ହେଲା ଏମିତିରେ’, ‘ପୁଣି ଦେଖା ହେବ ଆର ଜନମରେ’, ‘ଲଭ୍ ଷ୍ଟେଶନ୍’, ‘ସିଷ୍ଟର ଶ୍ରୀଦେବୀ’ ଭଳି ଅନେକ ହିଟ ସିନେମାରେ ସେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି। ଆଲବମ୍‌, ସମ୍ବଲପୁରୀ ସଙ୍ଗୀତ ହେଉ ଅଥବା ଓଡ଼ିଆ ସୀନେମା ଗୀତ, ସବୁଥିରେ ନିଜ କମ୍ପୋଜିସନର ଯାଦୁ ଦେଖାଇଛନ୍ତି ଅଭିଜିତ ଦାଦା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS