BREAKING
Loading...
:

ଜନ୍ମମାଟିରେ ପୂର୍ବତନ ମନ୍ତ୍ରୀ ସମବାୟ ସମ୍ରାଟ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ୧୬ତମ ଶ୍ରାଦ୍ଧ ଦିବସ

 ଜନ୍ମମାଟିରେ ପୂର୍ବତନ ମନ୍ତ୍ରୀ ସମବାୟ ସମ୍ରାଟ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ୧୬ତମ ଶ୍ରାଦ୍ଧ ଦିବସ  



ବାଙ୍କୀ,୧୨ା୯(ମାନସ ରଞ୍ଜନ ସାହୁ):ଆଜି ବାଙ୍କୀର ପୂର୍ବତନ ବିଧାୟକ ଓ ମନ୍ତ୍ରୀ, ସମବାୟ ସମ୍ରାଟ, ଆଧୁନିକ ବାଙ୍କୀର ଗାନ୍ଧୀ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକ ତାଙ୍କ ନିଜ ଜନ୍ମମାଟି ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଶିଶୁଆ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁଆ ଗ୍ରାମରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଶିଶୁଆ ଅପେକ୍ସ କ୍ଲବ ସଭାଗୃହ ଠାରେ ଶ୍ରଦ୍ଧାଞ୍ଜଳି ସଭା ବାଙ୍କୀ ପ୍ରେସ୍ କ୍ଲବ ସଭାପତି ବଳଭଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସଭାକୁ ସ୍ମୃତି କମିଟିର ସଂପାଦକ ପଣ୍ଡିତ ମନୋଜ କୁମାର ରାଉତ ସଂଚାଳନା କରିଥିଲେ । ମଖ୍ୟଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସୁବାସ ଚନ୍ଦ୍ର ପାଢ଼ୀ ଯୋଗଦାନ କରି ବାଙ୍କୀ ପ୍ରତି  ତଥା ଓଡ଼ିଶାର ସମବାୟ ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ସମବାୟବିତ୍ ତଥା ବାଙ୍କୀ କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି କୃଷି ଓ କୃଷକର ଉନ୍ନତି ପାଇଁ ଡାକ୍ତର ରାଉତ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ କରିଛନ୍ତି । ବିଶିଷ୍ଟ ଅତିଥି ଭାବେ ଡାକ୍ତର ରାଉତ ଜୟନ୍ତୀ କମିଟିର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସାରା ଦେଶରେ କୃଷି ବୀମା ପ୍ରଚଳନ କରିବାର ପ୍ରଥମ ବ୍ୟକ୍ତି ଭାବେ ଡାକ୍ତର ରାଉତ ସାରା ଦେଶରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବେ ପରିଚିତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଉପନଗରପାଳ ସନ୍ତୋଷ କୁମାର ରଣା, ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ସୁନୀଲ୍ କୁମାର ମିଶ୍ର, କାଉନସିଲର ସନାତନ ବେହେରା, ଜୟନ୍ତୀ କମିଟି ସଭାପତି ଗୋପବନ୍ଧୁ ଦାସ, ଡାକ୍ତର ଜଗଦିଶ ପଣ୍ଡା ଶିକ୍ଷାବିତ୍ ଶ୍ରୀବତ୍ସ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ହୃଦାନନ୍ଦ ପ୍ରହରାଜ, ଲିଙ୍ଗରାଜ ରାଉତ, ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ବୃନ୍ଦାବନ ପ୍ରଧାନ, ସୁନୀତା ପ୍ରଧାନ, ଲଲାଟେନ୍ଦୁ ପଣ୍ଡା, ଶଶିଭୂଷଣ ତ୍ରିପାଠୀ, ପ୍ରମୋଦ ରାଉତ, ଖଗେଶ୍ୱର ରାଉତ, ପ୍ରସନ୍ନ ବେହେରା, ନୀଳମାଧବ ମିଶ୍ର, ପ୍ରସନ୍ନ ପ୍ରଧାନ, ଗିରିଧାରୀ ବେହେରା, ସାମ୍ବାଦିକ ବିଭୂପ୍ରସାଦ ସାମଲ, ଅଶୋକ ଗିରି, ଆଶିଷ ବେହେରା , ସତ୍ୟବ୍ରତ ବେହେରା ପ୍ରମୁଖ ଯୋଗଦା କରି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଶିଶୁଆ ଗ୍ରାମର ପ୍ରବେଶ ଦ୍ୱାରାରେ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ ତୋରଣ ନିର୍ମାଣ କରାଯିବା ପାଇଁ ଏନ୍‌.ଏ.ସି ତରଫରୁ ସ୍ଥିର କରାଯାଇଛି ବୋଲି ଉପନଗରପାଳ ସନ୍ତୋଷ କୁମାର ଓ କାଉନସିଲର ସନାତନ ବେହେରା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସ୍ମୃତି କମିଟିର ସଭାପତି ପବିତ୍ର ମୋହନ ପ୍ରଧାନ ଓ ବରିଷ୍ଠ ସଦସ୍ୟ ନକୁଳ ପରିଡା ପରିଚାଳନା କରିଥିଲେ । ଶେଷରେ ପୂର୍ବତନ ନଗରପାଳିକା ପ୍ରଭାତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


ମା’ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଏବଂ ଦଶହରା ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ  

ବାଙ୍କୀ,୧୨ା୯(ମାନସ ରଞ୍ଜନ ସାହୁ ): ଆସନ୍ତା ମହାଷ୍ଟମୀ ଏବଂ ଦଶହରା ପୂଜା ମା’ଚର୍ଚ୍ଚିକାଙ୍କ ପୀଠରେ କିପରି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଯାତ୍ରୀମାନଙ୍କର ସୁବିଧା ପାଇଁ ଗାଡି ପାର୍କିଂ , ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଶୌଚାଳୟର ସୁବିଧା ଏବଂ ମା’ଙ୍କ ଦର୍ଶନ ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ କରିପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମନ୍ଦିର ପରିସରକୁ ପରିଷ୍କାର ରଖିବା ସହ ପୋଲିସ୍ ପ୍ରଶାସନ ପକ୍ଷରୁ ସେଠାରେ କର୍ମଚାରୀ ନିୟୋଜିତ କରିବା ପାଇଁ ସେବାୟତମାନଙ୍କ ତରଫରୁ ଅନୁରୋଧ କରାଯାଇଥିଲା । କୌଣସି ସେବାୟତ କିମ୍ବା ଜନସାଧାରଣ ଯଦି ନିଶା ସେବନ କରନ୍ତି ତାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଙ୍କୀ ଥାନା ଅଧିକାରୀ ଦିଲ୍ଲିପ୍ କୁମାର ମର୍ଦ୍ଦରାଜ ଭୂୟାଁ ପ୍ରକାଶ କରିଥିଲେ । ମହିଳାମାନେ ଶୃଙ୍ଖଳିତ ଭାବରେ ମା’ଙ୍କୁ ଦର୍ଶନ କରିବା ସହ ବାହାରୁ ଆସୁଥିବା ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯେପରି ବିଦ୍ୟୁତ୍ ସରବରାହ ଠିକ୍ ରଖିବା ପାଇଁ ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମ୍ୟରଞ୍ଜନ ମହାପାତ୍ର ପ୍ରତିଶ୍ରୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀ ବାଳକୃଷ୍ଣ କହଁର, ତହସିଲଦାର ଅଶେଷ କୁମାର ନାୟକ, ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଡେପୁଟି କଲେକ୍ଟର ସୌମ୍ୟ ରଞ୍ଜନ ମହାପାତ୍ର, ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ମନ୍ଦିର ପରିଚାଳନା କମିଟିର ସଂପାଦକ ନୀଳମଣି ମହାପାତ୍ର, ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଉପଜିଲ୍ଲାପାଳା ଶ୍ରୀ ବେହେରା ଉପସ୍ଥି ବ୍ୟକ୍ତିମାନଙ୍କ ସହଯୋଗ ଲୋଡିଥିଲେ । ଏହି ଉତ୍ସବ ବାଙ୍କୀର ଗର୍ବ ଓ ଗୌରବ କିପରି ରକ୍ଷା କରାଯାଇ ପାରିବ ସେଥିପ୍ରତି ଉପଜିଲ୍ଲାପାଳ ଶ୍ରୀ ବେହେରା ଗୁରୁତ୍ୱ ପ୍ରଦାନ କରିଥିଲେ ।

ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ..

Post a Comment

Previous Post Next Post
Header ADS