BREAKING
Loading...
:

ମା’ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଏବଂ ଦଶହରା ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

 ମା’ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଏବଂ ଦଶହରା ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ  




ବାଙ୍କୀ,୧୨ା୯(ମଣିଭଦ୍ରା ଖବର): ଆସନ୍ତା ମହାଷ୍ଟମୀ ଏବଂ ଦଶହରା ପୂଜା ମା’ଚର୍ଚ୍ଚିକାଙ୍କ ପୀଠରେ କିପରି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଯାତ୍ରୀମାନଙ୍କର ସୁବିଧା ପାଇଁ ଗାଡି ପାର୍କିଂ , ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଶୌଚାଳୟର ସୁବିଧା ଏବଂ ମା’ଙ୍କ ଦର୍ଶନ ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ କରିପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମନ୍ଦିର ପରିସରକୁ ପରିଷ୍କାର ରଖିବା ସହ ପୋଲିସ୍ ପ୍ରଶାସନ ପକ୍ଷରୁ ସେଠାରେ କର୍ମଚାରୀ ନିୟୋଜିତ କରିବା ପାଇଁ ସେବାୟତମାନଙ୍କ ତରଫରୁ ଅନୁରୋଧ କରାଯାଇଥିଲା । କୌଣସି ସେବାୟତ କିମ୍ବା ଜନସାଧାରଣ ଯଦି ନିଶା ସେବନ କରନ୍ତି ତାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଙ୍କୀ ଥାନା ଅଧିକାରୀ ଦିଲ୍ଲିପ୍ କୁମାର ମର୍ଦ୍ଦରାଜ ଭୂୟାଁ ପ୍ରକାଶ କରିଥିଲେ । ମହିଳାମାନେ ଶୃଙ୍ଖଳିତ ଭାବରେ ମା’ଙ୍କୁ ଦର୍ଶନ କରିବା ସହ ବାହାରୁ ଆସୁଥିବା ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯେପରି ବିଦ୍ୟୁତ୍ ସରବରାହ ଠିକ୍ ରଖିବା ପାଇଁ ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମ୍ୟରଞ୍ଜନ ମହାପାତ୍ର ପ୍ରତିଶ୍ରୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀ ବାଳକୃଷ୍ଣ କହଁର, ତହସିଲଦାର ଅଶେଷ କୁମାର ନାୟକ, ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଡେପୁଟି କଲେକ୍ଟର ସୌମ୍ୟ ରଞ୍ଜନ ମହାପାତ୍ର, ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ମନ୍ଦିର ପରିଚାଳନା କମିଟିର ସଂପାଦକ ନୀଳମଣି ମହାପାତ୍ର, ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଉପଜିଲ୍ଲାପାଳା ଶ୍ରୀ ବେହେରା ଉପସ୍ଥି ବ୍ୟକ୍ତିମାନଙ୍କ ସହଯୋଗ ଲୋଡିଥିଲେ । ଏହି ଉତ୍ସବ ବାଙ୍କୀର ଗର୍ବ ଓ ଗୌରବ କିପରି ରକ୍ଷା କରାଯାଇ ପାରିବ ସେଥିପ୍ରତି ଉପଜିଲ୍ଲାପାଳ ଶ୍ରୀ ବେହେରା ଗୁରୁତ୍ୱ ପ୍ରଦାନ କରିଥିଲେ ।

ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ..

Post a Comment

Previous Post Next Post
Header ADS