BREAKING
Loading...
:

ପାର୍ବଣ ଋତୁ ରେ ଚାନ୍ଦା ଆଦାୟ ଜୋରଦାର, ନାହିରେ ତେଲ ଦେଇ ଶୋଇଛି ପ୍ରଶାସନ

 ପାର୍ବଣ ଋତୁ ରେ ଚାନ୍ଦା ଆଦାୟ ଜୋରଦାର, ନାହିରେ ତେଲ ଦେଇ ଶୋଇଛି ପ୍ରଶାସନ



ବାଲେଶ୍ୱର, -:ଆରମ୍ଭ ହୋଇ ସାରିଛି ପାର୍ବଣ ଋତୁ l ସବୁଠି ଚାଲିଛି ପୂଜାର ଆସର l ଜିଲ୍ଲାରେ ବିଭିନ୍ନ କମିଟି, କ୍ଲବ ଦ୍ଵାରା ପୂଜା ପାଇଁ ପ୍ରସ୍ତୁତି ଚାଲିଛି l କିନ୍ତୁ ଗୋଟିଏ ଘଟଣା ଜୋରରେ ଚାଲିଛି, ଜବରଦସ୍ତୀ ଚାନ୍ଦା ଆଦାୟ l ଚାନ୍ଦା ଆଦାୟ କୁ ସରକାର ବେନ କରିବା ପରେ ବି ଜିଲ୍ଲାର ବିଭିନ୍ନ ପୂଜା କମିଟି ଓ କ୍ଲବ ତରଫରୁ ଚାନ୍ଦା ଆଦାୟ ହେଉଛି l ଏହି ଚାନ୍ଦା ଆଦାୟକାରୀ ମାନେ ଏବେ ନୁଆ ଫଣ୍ଡା ଧରିଛନ୍ତି "ପୂଜା ପାଇଁ କିଛି ସାହାଯ୍ୟ କରନ୍ତୁ "ଯିଏ ସହାୟତା କଲା ଭଲ, ଯିଏ ନ କଲା ସିଏ ଏହି ଚାନ୍ଦା ଆଦାୟ କାରୀଙ୍କ ନିର୍ଯ୍ୟାତନା ର ଶୀକାର ହେଲା l ଆଗକୁ ଦୁର୍ଗାପୂଜା, ଏବେଠାରୁ ଚାନ୍ଦା ଆଦାୟ ଜୋରଦାର ହେଲାଣି l ବାଲେଶ୍ୱର ଜିଲ୍ଲାରେ ପ୍ରାୟତଃ ପୂଜା କମିଟି ପକ୍ଷରୁ ଯୋର ଜବରଦସ୍ତ ଗାଡି ଗୁଡିକୁ ଅଟକାଇ ଚାନ୍ଦା ଆଦାୟ କରାଯାଉଛି l ସ୍ୱଳ୍ପ ଚାନ୍ଦା ଦେଲେ ଗାଳି ସାଙ୍ଗକୁ, ମାଡ଼ ହେବା ମଧ୍ୟ ଦେଖିବାକୁ ମିଳୁଛି l ତେଣୁ ବାଲେଶ୍ୱର ଏସପି ଏବଂ ପୋଲିସ ପ୍ରଶାସନ କୁ ଅନୁରୋଧ ଚାନ୍ଦା ଆଦାୟକାରୀ ଙ୍କ ପ୍ରତି କଠୋର କାଯ୍ୟନୁଷ୍ଠାନ ହେବା ଜରୁରୀ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS