BREAKING
Loading...
:

ଅବକାରୀ ବିଭାଗ ମଦ ଧରିବାରୁ ହଙ୍ଗାମା କଲେ ମଦ ବେପାରୀ ନାରାୟଣ ସାହୁ

 



ମଦ ବେପାରୀଙ୍କ ଦାଦାଗିରି। ଅବକାରୀ ବିଭାଗ ମଦ ଧରିବାରୁ ହଙ୍ଗାମା କଲେ ମଦ ବେପାରୀ ନାରାୟଣ ସାହୁ। ଆଙ୍କୁଲି ଓଭର ବ୍ରିଜ ତଳେ ଥିବା ଅବକାରୀ (ସଦର) କାର୍ଯ୍ୟାଳୟରେ ଧସେଇ ପଶି ଅଧିକାରୀଙ୍କୁ ଧମକ। ଜବତ ହୋଇଥିବା ଚୋରା ମଦ ଛାଡ଼ିବାକୁ କହିଲେ। ଅଧିକାରୀ ମଦ ନଛାଡ଼ିବାରୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଅଭିଯୋଗ ହୋଇଛି। ନାରାୟଣଙ୍କ ଭାଇ ତୋଫାନ ଓ ପୁତୁରାକୁ ପୁଲିସ ଗିରଫ କରିଥିବା ବେଳେ ନାରାୟଣ ଫେରାର ଅଛନ୍ତି।ସରକାରୀ ଅଫିସ ଭିତରେ ପଶି ଗାଳି ଗୁଲଜ ସହ ଅଧିକାରୀଙ୍କୁ ଧମକ ଦେଇଥିବାରୁ ବ୍ରହ୍ମପୁର ଏସପି ଘଟଣାକୁ ଗୁରୁତ୍ବ ସହ ନେଇଛନ୍ତି। ଖୁବଶୀଘ୍ର ନାରାୟଣ ସାହୁ ଗିରଫ ହେବେ ବୋଲି ଆଶା କରାଯାଉଛି।

Post a Comment

Previous Post Next Post
Header ADS