BREAKING
Loading...
:

ଖ୍ରୀଷ୍ଟକଲେଜରେ ନିବେଶକ ସଚେତନତା ଅଭିଯାନ କର୍ମଶାଳା

 ଖ୍ରୀଷ୍ଟକଲେଜରେ ନିବେଶକ ସଚେତନତା ଅଭିଯାନ କର୍ମଶାଳା



କଟକ ,-: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଆଧାରରେ ଖ୍ରୀଷ୍ଟକଲେଜରେ ଆର୍ଥିକ ନିବେଶରେ ଠକେଇ ଓ ଦୁର୍ନୀତି ନିବାରଣ ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦ୍‌ଘାଟନ କରି କଲେଜର ଅଧ୍ଯକ୍ଷା ଶ୍ରୀମତୀ ମଧୁମିତା ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ସେ.ବି. ଓ ମାର୍କେଟ ସୁରକ୍ଷାର ପ୍ରଶିକ୍ଷକ ସଂଗ୍ରାମ କେଶରୀ ସାହୁ ଷ୍ଟକ, ସେୟାର, ମାର୍କେଟ୍ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାର ଠକେଇ ଓ ଦୁର୍ନୀତି ସଂପର୍କରେ ନିବେଶକମାନେ ତଥା ଯୁବପିଢ଼ିମାନେ କିପରି ସତର୍କ ରହିବେ ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଅଧ୍ୟାପିକା ଡଃ ସଞ୍ଜୁ ଶର୍ମା ଅତିଥି ପରିଚୟ ଉପସ୍ଥାପନ କରିଥିଲେ । କର୍ମଶାଳାକୁ ସ୍କିଲ୍ ଡେଭେଲପ୍‌ମେଟ୍ କମିଟିର ନୋଡାଲ ଅଫିସର ଡଃ ଶାଶ୍ୱତୀ ମିଶ୍ର ପରିଚାଳନା କରିଥିଲେ । ଅଧ୍ୟାପକ ଡଃ ମଙ୍ଗରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳାରେ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS