ମାଲେହିପଡା ସମିତିସଭ୍ୟ ମୁନସୁନ ସାହୁ ବିଜେପିରୁ ବହିଷ୍କୃତ
ଦେବଗଡ଼: ରିଆମାଳ ସଦର ମହାକୁମା କଲ୍ୟାଣ ମଣ୍ଡପ ଠାରେ ରିଆମାଳ ମଣ୍ଡଳ ବିଜେପିର ଏକ ଜରୁରୀକାଳୀନ ବୈଠକ ହୋଇଛି । ବୈଠକଟି ମଣ୍ଡଳ ସଭାପତି ସଂଜୀବ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ସଭାପତି ଅରୁଣ ସାହୁ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କିଭଳି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ସହିତ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କର୍ଯ୍ୟ ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ବିଗତ ଦିନରେ ରିଆମାଳ ମଣ୍ଡଳରେ ମଲେହିପଡା ସମିତିସଭ୍ୟ ମୁନସୁନ ସାହୁ ବିଜେପିର ସୁଦୃଢ଼ ସଂଗଠନକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ହଇରାଣ କରିବା ଏବଂ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଗାଳିଗୁଲଜ କରିବା ସହିତ ଗୁଣ୍ଡା ଲଗାଇ ମାଡ଼ ମାରିବା ପାଇଁ ବାରମ୍ବାର କହିବା ଓ ଦଳରେ ସମସ୍ତଙ୍କୁ ବେଖାତିର କରି ଆସୁଥିଲେ। କିଛିଦିନ ତଳେ ରିଆମାଳ ଉନ୍ନତିରେ ବାଧା ଦେବା ପାଇଁ ଉଦ୍ୟମ କରି ଜିଲ୍ଲା ସଭାପତିଙ୍କୁ ବଦନାମ କରିବାକୁ ଉଦ୍ୟମ କରିଥିଲେ। ସମସ୍ତ ସଦସ୍ୟ ଜିଲ୍ଲା ସଭାପତି ଶ୍ରୀ ସାହୁଙ୍କୁ ଏ ବିଷୟରେ ଅଭିଯୋଗ କରିବା ସହିତ ମଣ୍ଡଳ ବିଜେପିରୁ ବୟକଟ କରାଗଲା ଜିଲ୍ଲା ଉପସଭାପତି ନିରଞ୍ଜନ ବେହେରା, ପୂର୍ବତନ ବ୍ଳକ ସଭାପତି ରାକେଶ ଦାଶ, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ପ୍ରଭାସ ବିଶ୍ଵାଳ, ଗୁଣ୍ଡିଆପାଲି ସରପଞ୍ଚ ପ୍ରକାଶ ଆଚାର୍ଯ୍ୟ, ବରିଷ୍ଠ କାର୍ଯ୍ୟକର୍ତା ଅମୂଲ୍ୟ ସାହୁ, ଅଚ୍ୟୁତାନନ୍ଦ ସାହୁ, ପ୍ରଣବ ଦେବ, ସଂଜୟ ଦେହୁରୀ, ସରୋଜ ପ୍ରଧାନ, ପ୍ରଦୀପ ପ୍ରଧାନ, ସନାତନ ପ୍ରଧାନ, ଭୀମ ସାହୁ, ତରଣୀ ପ୍ରଧାନ, ରାଜା ନଥ ପ୍ରମୁଖ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق