ଧରମପୁର ଅପର ପ୍ରାଇମାରୀ ବିଦ୍ୟାଳୟରେ ପାଳିତ ହେଲା ବିଶ୍ୱ ଜଳାତଙ୍କ ଦିବସ
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅଧିନସ୍ଥ ଧରମପୁର ଅପର ପ୍ରାଇମାରୀ ବିଦ୍ୟାଳୟ ରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇ ଯାଇଛି, ଏଥିରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିତ୍ୟ ପଣ୍ଡା, ତଥା ଶିଶୁ ବିକାଶ ସମ୍ୱନ୍ୱିତ ଅଧିକାରୀ ଶ୍ରୀମତୀ ସୁପ୍ରଭା ମିଶ୍ର, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ଶତପଥୀ, ଛତାବର ସି.ଏଚ.ଓ ନବୀନ କୁମାର ସାହୁ ତଥା ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ ତଥା ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ସାଧାରଣତଃ ବିଲେଇ,କୁକୁର, ମାଙ୍କଡ କାମୁଡ଼ିଲେ ଜଳାତଙ୍କ ରୋଗ ବ୍ୟାପିଥାଏ। ଅସମ୍ପର୍କ ବିଷଦ ଭାବରେ ପ୍ରାଣୀ ଚିକିତ୍ସକ ଡାକ୍ତର ରମାକାନ୍ତ ଶତପଥୀ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق