BREAKING
Loading...
:

ଅବସର କାଳୀନ ସମ୍ବର୍ଦ୍ଧନା

 ହିଲ୍ ଟପ୍ ମହାବିଦ୍ୟାଳୟ ମୋହନା ଠାରେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଭଗବାନ ବିଷୋୟୀ ଙ୍କ ସଭାପତିତ୍ୱ ରେ ଓଡ଼ିଆ ଅଧ୍ୟାପକ ଓ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଏବଂ ଗ୍ରନ୍ଥାଗାର ରକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା । 




ଗଜପତି(ମନୋଜ ପାଢୀ) ହିଲ୍ ଟପ୍ ମହାବିଦ୍ୟାଳୟ ମୋହନା ଠାରେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଭଗବାନ ବିଷୋୟୀ ଙ୍କ ସଭାପତିତ୍ୱ ରେ ଓଡ଼ିଆ ଅଧ୍ୟାପକ ଓ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଏବଂ ଗ୍ରନ୍ଥାଗାର ରକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ଶ୍ରୀ ମାର୍ଶାଲ ନାଏକ ମୁଖ୍ୟ ଅତିଥି, ଶ୍ରୀ ମଧୁସୂଦନ ପାଢ଼ୀ ମୁଖ୍ୟ ବକ୍ତା, ଶ୍ରୀ ଦଣ୍ଡାସୀ ସାହୁ,ଶ୍ରୀମତୀ ପ୍ରମିଳା ପଣ୍ଡା,ଶ୍ରୀ ଗଣେଶ ବିଷୋୟୀ,ଶ୍ରୀ ପ୍ରଶାନ୍ତ ବୀର,ଶ୍ରୀ ଭିକାରୀ ବେହେରା,+ ୩ ଅଧ୍ୟକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି,ଶ୍ରୀ ମୀନକେତନ ମିଶ୍ର, ସାମ୍ବାଦିକ ସୁମନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେବା ସହ +2 ଓ +3 ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଏହି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ।ପ୍ରାରମ୍ଭ ରେ ଇଂରାଜୀ ଅଧ୍ୟାପକ ଶ୍ରୀ ଏସ. ରମେଶ ଅତିଥି ମାନଙ୍କ ପରିଚୟ ଦେଇଥିବା ବେଳେ ଶେଷରେ ଅଧ୍ୟାପକ ଶ୍ରୀ ଅନ୍ତର୍ଯ୍ୟାମୀ ଗୌଡ଼ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନେ ଅବସର ଗ୍ରହଣ କରିଥିବା ଦୁଇ ଅଧ୍ୟାପକ ଙ୍କ ଗୁଣ ଗାନ କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS