BREAKING
Loading...
:

ଏକ ଦିବସୀୟ ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ଅନୁଷ୍ଠିତ।।

 ଏକ ଦିବସୀୟ ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ଅନୁଷ୍ଠିତ।।



ନୟାଗଡ (ମଣିଭଦ୍ରା ଖବର)  ଏକ ଦିବସୀୟ ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ  ଅନୁଷ୍ଠିତ ହୋଇଥିଲା । ।ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ପରିଦର୍ଶନ କରି ନବ ଭାରତ ସାକ୍ଷରତା ଅଭିଯାନ କାର୍ଯକ୍ରମରେ ନିଜକୁ ସାମିଲ୍ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ  ନବ ଭାରତ ସାକ୍ଷରତା  କାର୍ଯ୍ୟକ୍ରମରେ ସୁଚାର ରୂପେ କର୍ଯ୍ୟ କରିବା ସହ ସଫଳ ରୂପାୟନ ପାଇଁ ହିତ ଉପଦେଶ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଆଠ ଗୋଟି ବ୍ଲକରୁ ମୋଟ ଅଠ ଚାଳିଶି ଜଣ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଗଲା। ପ୍ରତି ବ୍ଲକରୁ ପ୍ରାଇମେରୀ ବିଦ୍ୟାଳୟରୁ ତିନି ଜଣ ଓ ସେକେଣ୍ଡାରୀ ବିଦ୍ୟାଳୟରୁ ତିନି ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ  ମାନଙ୍କୁ ମାଷ୍ଟର ଟ୍ରେନର ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ମାନେ ନିଜ ନିଜ ବ୍ଲକରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦେବେ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ନୋଡାଲ କୋର୍ଡିନେଟର ଅଫିସର ଭାବରେ ଉପସ୍ଥିତ ଥିଲେ, ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ ମଞ୍ଚାସୀନ ରହି ମାଷ୍ଟର ଟ୍ରେନର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ  ଜିଲ୍ଲାର ସମ୍ବଳ ଶିକ୍ଷକ ଭାବରେ ନିରଞ୍ଜନ ଦାସ , ଗିରିଜା ଶଙ୍କର ମହାପାତ୍ର, ଲିପ୍ସା ନନ୍ଦ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରକୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭା ଆରମ୍ଭ ସହ  ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିୟର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଓ ସଞ୍ଜୀବ ମଲ୍ଲିକ  ସହଯୋଗ କରିଥିଲେ ।।

ମଣିଭଦ୍ରା ଖବର, ନୟାଗଡ 

Post a Comment

Previous Post Next Post
Header ADS