ଘୋଡାମାରୀ ଦ୍ବାର ଗାଁ ପାଇଁ କାଳ ସାଜିଛି ଦୂଷିତ ପାଣି ଆକ୍ରାନ୍ତ ରେ ଏକାଧିକ ଲୋକଙ୍କ ମୃତ୍ୟୁ
ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଧାମୂଳା ପଞ୍ଚାୟତ ଅଧୀନ ଘୋଡାମାରୀ ଦ୍ବାର ଗାଁ ର ଲୋକ ମାନଙ୍କୁ କିଡନୀ ରୋଗ ପିଛା ଛାଡୁନାହିଁ। ଏଭଳି ମାରାତ୍ମକ ରୋଗ ରେ ପୂର୍ବ ରୁ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ତମାନ ପରିସ୍ଥିତି ରେ ଗ୍ରାମ ର ଅନେକ ଲୋକ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗତବର୍ଷ ଇଶ୍ଵର ପ୍ରଧାନ ଙ୍କୁ ଡାକ୍ତର ଫେରାଇ ଦେବା ପରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ପ୍ରାଣ ହରାଇଥିବା ଗାଁ ଲୋକେ ଜଣାଇଛନ୍ତି। ତେବେ କିଡନୀ ରୋଗ ଯୋଗୁଁ ଗ୍ରାମବାସୀ ମହାମାରୀ ପରିସ୍ଥିତି ସୃଷ୍ଟି ହେଉଥିବା ରୁ ଏନେଇ ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଉଚ୍ଚ ସ୍ତରୀୟ ପଦକ୍ଷେପ ନିଆଯାଉଥିବା ରୁ ଗାଁ ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗାଁର ନଳକୂପ ପାନୀୟ ଜଳ ଦୂଷିତ ଯୋଗୁଁ ଏହି ରୋଗ ଲୋକ ଙ୍କୁ ଆକ୍ରାନ୍ତ କରୁଥିବା ଜଣାପଡିଛି। ତେବେ ଏସବୁ ସତ୍ତ୍ୱେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଗୁରୁତ୍ଵ ଦେଉନଥିବା ଅଭିଯୋଗ ଗ୍ରାମ ବାସିନ୍ଦା ଆଣିଛନ୍ତି। ଗତବର୍ଷ ଏହି ପାଣି ସମ୍ପର୍କ ରେ ଅଭିଯୋଗ କରିବା ପରେ ମାତ୍ର ଦୁଇ ଦିନ ପାଇଁ ପାଇପ୍ ଯୋଗେ ଗାଁ କୁ ପାଣି ଦିଆଯିବା ପରେ ସଂପୂର୍ଣ୍ଣ ବନ୍ଦ କରିଥିଲେ।
ସେହିପରି ଗତ ୧୧ ତାରିଖ ରେ
ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ଓ ସାଧାରଣ ଲୋକ ଙ୍କୁ ନେଇ ଧାରଣା ଦେବାପରେ ବ୍ଲକ ପ୍ରଶାସନ ସମସ୍ୟା ଉପରେ ଆଲୋଚନା ସୁଦ୍ଧା ଅଦ୍ୟାବଧି ସ୍ବଛ ପାନୀୟ
ଜଳ ସମସ୍ୟା ଉପରେ କୋୖଣସି ପଦକ୍ଷେପ ନିଆଯାଇନାହିଁ। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ନଳକୂପ ପାଣି ଦୂଷିତ କିନ୍ତୁ ପାନୀୟ ଜଳ ବିଭାଗ
ନୟାଗଡ଼ ଜିଲ୍ଲାର ବିଭାଗୀୟ ଯନ୍ତ୍ରୀ ପାଣି କୁ ପରୀକ୍ଷା କରି ପାଣି ଭଲ ବୋଲି ଏଡ଼ାଇ ଯାଇ ନୀରବ ରହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଜନସାଧାରଣ ପିଉଥିବା ପାଣି ଯଦି ସ୍ବଛ ତାହାଲେ କିଡନୀ ଭଳି ମାରାତ୍ମକ ରୋଗ ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗ୍ରାମ ବାସିନ୍ଦା ଙ୍କ ଅଭିଯୋଗ ଜିଲ୍ଲା ପ୍ରଶାସନ ଏସବୁ ଜାଣି ମଧ୍ୟ ନିଜ ଉପରୁ ଦୋଷ ଖସାଇ ଦେଇ ଲୋକ ଙ୍କ ଜୀବନ ସହିତ ଖେଳୁଛନ୍ତି ।
ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦିଆ
ନଯାଏ ଆଗକୁ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ଏହି ସମସ୍ୟାର ପ୍ରତିକାର କରିବା ପାଇଁ ସରକାରଙ୍କ ନିକଟରେ ଗ୍ରାମ ବାସିନ୍ଦା ଦାବି ରଖିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment