ମା ମହିଷାଶୁଣୀଙ୍କ ପୀଠରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ
ଖଣ୍ତପଡା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକର ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧିନ ଦରଦା ଗ୍ରାମସ୍ଥିତ ମା ମହିଷାଶୁଣୀଙ୍କ ପୀଠରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ଓ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଦ୍ବାରା ମା ମହିଷାଶୁଣୀଙ୍କ ମନ୍ଦିରଟି ପରିଚାଳିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ଆସୁଥିବା ବେଳେ କୂଅର ଦୂଷିତ ଜଳରେ ଠାକୁରାଣୀଙ୍କର ନୀତିକାନ୍ତି ସମ୍ପନ୍ନ ହେଉଥିବା ଅଞ୍ଚଳବାସୀଙ୍କ ସୁତ୍ରରୁ ଜଣାପଡିଛି।ସେହିପରି ମନ୍ଦିର ପରିସରସ୍ଥିତ ନଳକୂପରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବାରୁ ମନ୍ଦିରକୁ ଦର୍ଶନ ଓ ଭୋଗଲାଗି ନିମନ୍ତେ ଆସୁଥିବା ଜନସାଧାରଣ ବିଭିନ୍ନ ସମୟରେ ପାନୀୟଜଳ ମୁନ୍ଦାଏ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।ବିଭିନ୍ନ ଅବ୍ୟବସ୍ଥା ମଧ୍ଯରେ ଗତି କରୁଥିବା ଏହି ପ୍ରାଚୀନ ଶକ୍ତିପୀଠ ପ୍ରତି ପ୍ରଶାସନ ଓ ଦେବୋତ୍ତର ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜଗନ୍ନାଥପ୍ରସାଦ ପଞ୍ଚାୟତବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment