BREAKING
Loading...
:

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

 ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ।



ଗଜପତି(ମନୋଜ ପାଢୀ/  ୧୫/୯)  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟ ପରିସରରେ ଏବଂ ଜିଲ୍ଲାର ମୋହନା , ଆର: ଉଦୟଗିରି ଏବଂ କାଶୀନଗର ସ୍ଥିତ ତାଳୁକ୍ ତଥା ଗ୍ରାମ୍ୟ କୋର୍ଟ ମାନଙ୍କରେ ଆଜି ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସେ ନିଜ କୋର୍ଟ କାର୍ଯ୍ୟ ମଧ୍ୟ ସମ୍ପାଦନା କରିଥିଲେ ।


ସେହିଭଳି , ଅନ୍ୟ କୋର୍ଟ କାର୍ଯ୍ୟ ମଧ୍ୟରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ , ବରିଷ୍ଠ ବିଭାଗ ସିଭିଲ ଜଜ୍ ଶ୍ରୀ ଜିବନନ୍ଦ ପାଢ଼ୀ , ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ବିମଳ ରାଉଳ , ସିଭିଲ ଜଜ୍ – ମହିଳା ଅଦାଲତ ଶ୍ରୀମତୀ ରଶ୍ମିତା ସାହୁ , ସବ-ଡିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଜେଏମଏଫସି- ସତ୍ୟଜିତ ପାଣି , ସିଭିଲ ଜଜ୍ କମ ସହାୟକ ସେସନ୍ ଜଜ ସୌଦାମିନୀ ବିଶ୍ଵାଳ ପ୍ରମୁଖ ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିଭଳି ଜିଲ୍ଲାର ତାଲୁକ୍ ତଥା ଗ୍ରାମ୍ୟ ଅଦାଲତ ଆର: ଉଦୟଗିରି କୋର୍ଟର ଜେଏମଏଫ୍ ସି:- ଶ୍ରୀ ତରୁଣ କୁମାର ସେଠୀ , ମୋହନା କୋର୍ଟର ଜେଏମଏଫସି: ଶ୍ରୀ ସତ୍ୟଜିତ ବେହେରା ଏବଂ କାଶୀନଗର କୋର୍ଟର ଜେଏମଏଫସି ଶ୍ରୀମତୀ ମୋନାଲୀ ବେହେରା ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଏହି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ମୋଟ ୩ ହଜାର ୪୭୬ ଟି ମାମଲା ଗ୍ରହଣ କରା ଯାଇଥିଲା ବେଳେ ୨ ହଜାର ୫୧୨ ଟି ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ ୩୬ ଲକ୍ଷ ୮ ହଜାର ୮୫୯ ଟଙ୍କା ଆଦାୟ କରା ଯାଇଥିଲା । ଏହି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ସମସ୍ତ ବିଚାରପତି ମାନଙ୍କ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷର ସମନ୍ୱିତ ପ୍ରୟାସରେ ଏହି ଲୋକ ଅଦାଲତର ସଫଳ ସଂଚାଳନ ସମ୍ଭବ ହୋଇଥିଲା ଏବଂ ଏଥିରେ ଅନେକ ମାମଲାର ଆମନ୍ତ୍ରଣୀୟ ମଧ୍ୟସ୍ଥତା ଓ ଶୀଘ୍ର ବିଚାର ସୁନିଶ୍ଚିତ ହୋଇଥିଲା।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS