BREAKING
Loading...
:

କଳାପଥର ଦଶହରା ଉତ୍ସବ ଉପଲକ୍ଷେ ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ

 କଳାପଥର ଦଶହରା ଉତ୍ସବ ଉପଲକ୍ଷେ ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ 



ବାଙ୍କୀ (ମାନସ ରଞ୍ଜନ ସାହୁ )କଳାପଥର ଧଳାପଥର ଦଶହରା ଉତ୍ସବ ୨୦୨୫ ଉପଲକ୍ଷେ ଏକ ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ କଳାପଥର ପଂଚାୟତ ସଭାଗୃହ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ ଙ୍କ ଆବାହକତ୍ରେ ଉପଦେଷ୍ଟା କଳାପଥର ସରପଞ୍ଚ ପ୍ରଫୁଲ କୁମାର ସ୍ବାଇଙ୍କ ସଭାପତିତ୍ୱ କରି କାର୍ଯ୍ୟକ୍ରମ କିପରି ସଫଳ ରୂପାୟନ ହୋଇ ପରିବ ସେ ସଂର୍ପକରେ ଆଲୋକପାତ କରିଥିଲେ । ବୈଦ୍ୟେଶ୍ୱର ଥାନା ଆଇ ଆଇସି ସଞ୍ଜୟ କୁମାର ଜେନା, ବେଗୁନିଆ ଥାନା ଆଇ ଆଇସି ଜ୍ୟୋତି ରଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦାନ କରି ଉତ୍ସବର ସଫଳତା ପାଇଁ ସମସ୍ତ ସରକାରୀ ଓ ବେସସରକାରୀ ବିଭାଗର ସହଯୋଗ କାମନା କରିଥିଲେ । ବୈଠକରେ ସରକାରୀ ଓ ବେସରକାରୀ ଷ୍ଟଲ୍ ଖୋଲିବା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତ୍ ବ୍ୟବସ୍ଥା , ମହୋତ୍ସବ ପରିସରକୁ ସଫାସୁତରା କରିବା , ଅଗ୍ନିଶମ ବଭାଗ ସଜାଗ ରହିବା, ପାନୀୟ ଜଳ ବ୍ୟବସ୍ଥା, କଳାପଥର ଧଳାପଥର ମୁଖ୍ୟ ବଜାର କୁ ଯାନବାହାନ ଯାତାୟତ ଶୃଙ୍ଖଳିତ କରିବା, ରାସ୍ତା ମରାମତି , ସହରକୁ ଆଲୋକିକରଣ କରିବା, ଆଇନ୍‌ଶୃଙ୍ଖଳା ବଜାୟ ରଖିବା ଆଦି ସଂପର୍କରେ ଆଲୋଚନା ହେବା ସହ ବଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଗଲା. ଧଳାପଥର ଫାଣ୍ଡି ଅଧିକାରୀ ଶୁଶାନ୍ତ ମଲ୍ଲୀକ ସ୍ୱାଗତ ଭାଷଣ ଦେବା ସହ ବିଗତ ବର୍ଷର କାର୍ଯ୍ୟକ୍ରମ ଉପରେ ସୂଚନା ଦେବା ସହିତ ଚଳିତ ବର୍ଷ କିପରି ଶୃଙ୍ଖଳିତ ଭାବରେ ହୋଇପାରିବ ସେ ସଂପର୍କରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଧଳାପଥର ସରପଞ୍ଚ ନାରାୟଣ ସାହୁ, ନୂଆଗାଁ ସରପଞ୍ଚ ପ୍ରତିନିଧି ଯୋଗେଶ ସ୍ୱାଇଁ, ସମିତିସଭ୍ୟ ମାୟାଧର କାରଣ, ବିଜୟ କୁମାର ସୁବୁଦ୍ଧି, 14 ମେଢ଼ ର କମିଟି ସଭାପତି, କଳାପଥର, ବେଗୁନିଆ ଦମକଳ ବାହିନୀ କର୍ମକର୍ତା, ବାଙ୍କୀ ଡମପଡା ଡିଜିଟାଲ ସାମ୍ବାଦିକ ସଙ୍ଘ ସଭାପତି ମାନସ ରଞ୍ଜନ ସାହୁଙ୍କ  ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି  ଆଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିବା ସହିତ ଦଶହରା ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ନିଜ ନିଜର ମତଵ୍ୟକ୍ତ ପ୍ରଦାନ କରିଥିଲେ. ଶେଷରେ କଳାପଥର କେନ୍ଦ୍ରର ଫାୟାର ଅଫିସର ନରେନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS