ବି ଜେ ପି ର ସେବାପକ୍ଷ କର୍ମଶାଳା ଅନୁଷ୍ଠିତ
ଦଶପଲ୍ଲା ' - ( ମଣିଭଦ୍ରା ଖବର) ଆଜି ଦିବା ୨ ଘଟିକା ସମୟରେ ଶ୍ରୀ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ଵାଣିଗୋଚ୍ଛା ମଣ୍ଡଳ ତରଫରୁ ସେବା ପକ୍ଷ କର୍ମ ଶାଳା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି ଉକ୍ତ ବୈଠକ ରେ ସ୍ୱଚ୍ଛ, ଗଛ, ସେବା ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋଚନା କରାଯାଇ ଥିଲା ଏବଂ ସେପ୍ଟେମ୍ବର ୧୭ ରୁ ଅକଟୋବର ୨ ପର୍ଯ୍ୟନ୍ତ ମଣ୍ଡଳ, ଜିଲ୍ଲା, ଯେଉଁ ସବୁ କାର୍ଯ୍ୟକ୍ରମ ଦଳ ହାତ କୁ ନେବ ଆମେ କରିବା ପାଇଁ ପ୍ରତିଶୃତି ବଦ୍ଧ ମା ପାଇଁ ଗଛ କାର୍ଯ୍ୟକ୍ରମ ୧୭ ରେ ଘରୋଇ, ବୁଥ ସ୍ତର ଏବଂ ପଂଚାୟତ ରେ ଏବଂ ମଣ୍ଡଳ ସ୍ତରରେ କରିବା ପାଇଁ ନିଷ୍ପତି ନିଆଗଲା ଏବଂ ଏହି ନୂଆଗାଁ ଗ୍ରାପ ର ମୁଖ୍ୟ ରାସ୍ତା ତିନୋଟି ଯଥା. ଦୋଳମୁଣ୍ଡେଇ ରାସ୍ତା, ଦଦାର ରାସ୍ତା ଏବଂ ଅଭୟପୁର ରାସ୍ତା ବର୍ତ୍ତମାନ ବହୁତ ଅସୁବିଧା ଏଣୁ ତୁରନ୍ତ ପଦେକ୍ଷପ ପାଇଁ ଆଜିର ବୈଠକ ରେ ଆଲୋଚନା ହୋଇ ଉକ୍ତ ବିଭାଗ କୁ ଜଣାଇବା ପାଇଁ ଆଲୋଚନା ହୋଇ ଥିଲା ଏବଂ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ନଥିବାରୁ ଜନସାଧାରଣ ବହୁ ଅସୁବିଧା ଭୋଗୁ ଛନ୍ତି ଏଣୁ ଉକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇ ଥିଲା । ନେଟୱାର୍କ, ବିଦ୍ୟୁତ ବିଭାଗ ମଧ୍ୟ୍ୟ ହଇରାଣ କରି ଥିବା ଆଲୋଚନା ହୋଇ ଥିଲା ନୂଆଗାଁ ଗ୍ରାପ କୁ ମାନନୀୟ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଭାଇ ମହୋଦୟ ଙ୍କ ସାଂସଦ ପାଣ୍ଠି ରୁ ଦୋଳମୁଣ୍ଡେଇ କୋଠ ଘର କୁ ଦୁଇ ଲକ୍ଷ ଏବଂ ନୂଆଗାଁ ନବଗ୍ରହ ମଣ୍ଡପ ଉନ୍ନତି ପାଇଁ ଏକ ଲକ୍ଷ ମଞ୍ଜୁର ହୋଇ ଥିବାରୁ ମାନନୀୟ ସାଂସଦ ଶ୍ରୀ ପାଣିଗ୍ରାହୀ ଙ୍କୁ ସାଧୁବାଦ ସହ କୃତଜ୍ଞତା ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଶ୍ରୀ କିଶୋର ଚନ୍ଦ୍ର ଦଳବେହେରା ପୂର୍ବ ତନ ଜିଲ୍ଲା ପରିଷଦ ସଭ୍ୟ ତଥା ଦଶପଲ୍ଲା ବ୍ଲକ ପ୍ରତିନିଧି ସାଂସଦ କନ୍ଧମାଳ, ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ନାୟକ, ଦନାର୍ଦନ ସାହୁ ସହ ସମ୍ପାଦକ, ବିପ୍ର ନାୟକ, ଅରୁଣ ନାୟକ, ପ୍ରମୋଦ ଦଳବେହେରା, ଜଗନ୍ନାଥ ନାୟକ,ସରୋଜ ନାୟକ, ସିମାଞ୍ଚଳ ନାୟକ, ଅଭିନ୍ୟୁ ନାୟକ ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର
Post a Comment