BREAKING
Loading...
:

କିଶୋର ପ୍ରସାଦ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ବଣ୍ଟନ କାର୍ଯ୍ୟକ୍ରମ

 କିଶୋର ପ୍ରସାଦ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ବଣ୍ଟନ କାର୍ଯ୍ୟକ୍ରମ 


 ଗଣିଆ (ମଣିଭଦ୍ରା ଖବର) ଗଣିଆରେ କାର୍ଯ୍ୟରତ ପଞ୍ଜିକୃତ ସଂସ୍ଥା ଗଣିଆ ପ୍ରେସ କ୍ଲବ  ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କିଶୋର ପ୍ରସାଦ ସରପଞ୍ଚ ଗିତାରାଣୀ ବେହେରାଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚକ୍ଷୁ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇଦେବା। ଏହି ଶିବିରଟି ସକାଳ ୧୦ଟା ସମୟରେ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରେସ କ୍ଳବ୍ ସଭାପତି ଦେବିପ୍ରସାଦ ଦାଶ ଓ କିଶୋର ପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚ ଗୀତା ରାଣୀ ବେହେରା ଯୋଗଦେଇଥିଲେ। ଏଥିପାଇଁ ଏକ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଏବଂ ସହଯୋଗୀଙ୍କୁ ନେଇ କଟକ ଅର୍ବାନ ମେଡିକାଲର ଡାକ୍ତରୀ ଟିମ୍ ଉପସ୍ଥିତ ଥିଲେ ଏହି ଶିବିରରେ ଚକ୍ଷୁ ପରୀକ୍ଷା, ଚକ୍ଷୁ ଚାପ ମାପିବା ଏବଂ ଚକ୍ଷୁ ସମ୍ବନ୍ଧୀୟ ସାଧାରଣ ରୋଗର ଚିହ୍ନଟ କରାଯାଇଥିଲା। ପ୍ରାୟ ୪୦ ଜଣ ଏହି ଶିବିରରୁ ଉପକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ମାଗଣାରେ ଚଷମା ଏବଂ ଚକ୍ଷୁ ଔଷଧ ଦିଆଯାଇଥିଲା। ଗୁରୁତର ସମସ୍ୟା ଥିବା ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଅର୍ବାନ ମେଡିକାଲକୁ ରେଫର କରାଯାଇଥିଲା। ଶିବିର ପରିଚାଳନା କରିବାରେ ପ୍ରେସ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ, ଯାହା ଫଳରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା। ଏହି ଶିବିରଟି ଜନସାଧାରଣଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା ଏବଂ ସମସ୍ତେ ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଆସନ୍ତାକାଲି ଏହି ଶିବିର ଆଡକଟା ପଞ୍ଚାୟତ ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । 

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS