ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ରୋଗୀ ମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦେଉଛନ୍ତି, ହଠାତ କେନ୍ଦ୍ରାପଡା ବିଧାୟକ, ଗଣେଶ୍ବର ବେହେରା, ଓ କେନ୍ଦ୍ରାପଡା ପୌରପରିଷର ଅଧ୍ୟକ୍ଷା,ସରିତା ସାହୁ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ରୋଗି ମାନଙ୍କୁ ସକାଳ ଜଳଖିଆ, ଓ ଖରାବେଳ ର ଖାଦ୍ୟ ଉପରେ ଯାଞ୍ଚ କରିବାରୁ ରୋଗୀ ମାନଙ୍କୁ ଅତି ନିମ୍ନମାନର ଖାଦ୍ୟ, ପାଣି ଖିର,ବାସୀ ଇଟିଲି,ପଚା କଦଳୀ, ଓ ନଦୀ ବନ୍ୟା ପରି ଡାଲମା ଦେଖି ବିରକ୍ତି ପ୍ରକାଶ କରିଥିଲେ, ଓ ତାଗିଦ୍ ମଧ୍ୟ କରିଥିଲେ ଏହାର ତୁରନ୍ତ ଖାଦ୍ୟ ର ମାନ ଭଲ କରିଦିଅନ୍ତୁ ନଚେତ ଆଗାମୀ ଦିନରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ,ଏଠି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନେ ଦାବି କରିଛନ୍ତି କୀ କେନ୍ଦ୍ରାପଡା ଜିଲ୍ଲା ପାଳ ଏହି ଭିଡିଓ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଅକାଳରେ ରୋଗୀ ମାନଙ୍କ ଜୀବନ ଚାଲିଯିବ !!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق