- ମିଶନଶକ୍ତି ମହିଳାଙ୍କ ଗଣଧାରଣା ସାଙ୍ଗକୁ ବିକ୍ଷୋଭ ପ୍ରଦର୍ଶନj
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରୁଛନ୍ତି ମିଶନଶକ୍ତି ମହିଳା ମାନେ। ତେବେ ମିଶନଶକ୍ତି ମହିଳାଙ୍କ ଏ ବିକ୍ଷୋଭ ପ୍ରୋତ୍ସାହନ ରାଶି ପାଇଁ ନୁହେଁ ବରଂ ଆମକୁ ନିଶ୍ଚିତ ଦରମା ଦରକାର।
ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ମିଶନଶକ୍ତି ଅନ୍ତର୍ଗତ ବିଭିନ୍ନ ପଦାଧିକାରୀ ମହିଳାମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।ସରକାରଙ୍କ ପ୍ରଦତ୍ତ ପ୍ରୋତ୍ସାହନ ରାଶିକୁ ନାକଚ କରି ସେମାନେ ନିଶ୍ଚିତ ଦରମା ଦାବି କରିଛନ୍ତି। ମୋରଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲିବ। ସେହିପରି ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।ମିଶନଶକ୍ତିର ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର ଓ ଅନ୍ୟାନ୍ୟ ମିଶନଶକ୍ତି ମହିଳା ପଦାଧିକାରୀମାନେ ବ୍ଲକ ସମ୍ମୁଖରେ ବସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ସେମାନଙ୍କର ମୁଖ୍ୟ ଦାବି ହେଲା, ସରକାରଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ରାଶି ଏକ "ଭିକ୍ଷା" ସଦୃଶ, ଯାହା ସେମାନଙ୍କ କଠିନ ପରିଶ୍ରମକୁ ପୂର୍ଣ୍ଣ ମୂଲ୍ୟାଙ୍କନ କରୁନାହିଁ।ସେମାନେ ଚାହୁଁଛନ୍ତି ଯେ ସରକାର ସେମାନଙ୍କୁ ଏକ ସ୍ଥିର ଓ ନିୟମିତ ବେତନ (Fixed Salary) ପ୍ରଦାନ କରନ୍ତୁ।
ବିକ୍ଷୋଭକାରୀ ମିଶନଶକ୍ତିର ମହିଳାମାନେ ସ୍ପଷ୍ଟ କରିଛନ୍ତି ଯେ ଯଦି ତାଙ୍କର ଦାବି ପୂରଣନହୁଏ, ତେବେ ଆଗାମୀ ଦିନଗୁଡିକରେ ସେମାନେ ରାଜରାସ୍ତାକୁ ଅହ୍ଲାଇବା ସହିତ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ସୂଚନା ଦେଇ କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق