ଚନ୍ଦ୍ରଗିରି ଠାରେ ଶୀତତାପ ନିୟନ୍ତ୍ରିତ ଟୁୱାସ୍ ହାପି ଇକୋ ରିସର୍ଟ ଉଦ୍ଘାଟିତ ।
ଗଜପତି(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଏକ ବିଳାସ ପୂର୍ଣ୍ଣ ଇକୋ ରିସର୍ଟ ଆଜି ଉଦଘାଟନ ହୋଇଯାଉଅଛି।ଏହାକୁ ଇଣ୍ଡିଆନ ବ୍ୟାଙ୍କ ଜୋନାଲ ମ୍ୟାନେଜର ଧର୍ମେନ୍ଦ୍ର ପ୍ରତାପ ପର୍ମାର ଏବଂ ଜିରାଙ୍ଗ ସ୍ଥିତ ବୁଦ୍ଧ ମନ୍ଦିର ଗୁରୁଜୀ ଉଭୟେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଚନ୍ଦ୍ରଗିରି ନିକଟରେ ଥିବା ବୁଦ୍ଧ ମନ୍ଦିର ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ମନ୍ଦିର ହୋଇଥିବାରୁ ଏଠାକୁ ଦେଶ ଏବଂ ଦେଶ ବାହାରୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସନ୍ତି।ଜିରାଙ୍ଗ ବୁଦ୍ଧ ମନ୍ଦିର ସହ ଅତି ନିକଟରେ ବହୁ ପର୍ଯ୍ୟଟନ ଥିବାରୁ ପର୍ଯ୍ୟଟକ ତାହାର ମଜ୍ଜା ନେବା ସଙ୍ଗେ ଆରାମ ଦାୟକ ରାତ୍ରି ଯାପନ ନିମନ୍ତେ ସେହି ଅଞ୍ଚଳ ରେ କୌଣସି ସୁବିଧା ନଥିବାରୁ ମୋହନା ଅଞ୍ଚଳ ର ବିଶିଷ୍ଟ ଶିଳ୍ପପତି ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ଏକ ବିଳାସ ପୂର୍ଣ୍ଣ ରିସର୍ଟ ଆରମ୍ଭ କରିଛନ୍ତି।ସ୍ଥାନୀୟ ତିବତିଆନ ମନ୍ଦିର ଗୁରୁଜୀ ଖେମ୍ପୋ ପେମା ଟେନ୍ଫିଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହା ସଙ୍ଗେ ବହୁ ମାନ୍ୟ ଗଣ୍ୟ ଅତିଥି ମାନେ ମଧ୍ୟ ଉପସ୍ଥିତ ଥିଲେ। ଚନ୍ଦ୍ରଗିରି ଓଡ଼ିଶାର ଏକ ତୀର୍ଥ ସ୍ଥାନ ହୋଇଥିବାରୁ ପରିଚାଳନା ନିର୍ଦ୍ଦେଶକ ତଥା ରିସୋର୍ଟ ମାଲିକ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ପର୍ଯ୍ୟଟକ ମାନଙ୍କୁ ଆତିଥ୍ୟ ଦେବା ନିମନ୍ତେ ସମସ୍ତ ପ୍ରକାର ସୁବିଧା ଏହି ରିସୋର୍ଟ ରେ କରିଥିବା ପ୍ରକାଶ କରିଛନ୍ତି।ସଠିକ୍ ମୂଲ୍ୟରେ ଭୋଜନ ସହ ରହିବା ସଙ୍ଗେ ବୈଠକ କରିବା ବନ୍ଦୋବସ୍ତ ଏହି ରିସୋର୍ଟ ରେ ଥିବା ଦେଖିବାକୁ ମିଳେ। ଅଞ୍ଚଳ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏହାର ସୁଯୋଗ ନେବା ନିମନ୍ତେ ପରିଚାଳନା ନିର୍ଦ୍ଦେଶିକା ତଥା ମାଲିକ ଶ୍ରୀମତୀ ସାହୁ ଅନୁରୋଧ କରିଛନ୍ତି।
ମଣିଭଦ୍ରା ଖବର, ଗଜପତି


إرسال تعليق