BREAKING
Loading...
:

ରାଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଅଭିଭାବକ।

 ସ୍ଲଗ - ରାଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଅଭିଭାବକ।




ଗଜପତି (ମନୋଜ କୁମାର ପାଢୀ)  ଗଜପତି ଜିଲ୍ଲା ମୋହନା ବ୍ଲକ ରାଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତିନୋଟି ଶିକ୍ଷକ ଥିବା ବେଳେ ସେଥିରୁ ମଧ୍ୟ ଜଣେ ଶିକ୍ଷକ କୁ ଅନ୍ୟତ୍ର ବଦଳି କରାଯାଇଛି। ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା ରେ ବହୁ ଅସୁବିଧା ହେଉଛି। ବିଦ୍ୟାଳୟ ରେ ହିନ୍ଦୀ ଶିକ୍ଷକ, ସଂସ୍କୃତ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଓ କ୍ରୀଡା ଶିକ୍ଷକ ର ଅଭାବ ରହିଥିବା ବେଳେ ବିଦ୍ୟାଳୟ ରେ ତିନୋଟି ଶିକ୍ଷକ ଥିବା ବେଳେ ପୁଣି ଏକ ଶିକ୍ଷକ ଙ୍କୁ ବଦଳି କରାଯାଇଛି। ଯାହାକୁ ନେଇ ଅଭିଭାବକ ମାନେ ଆଜି ଗଜପତି ଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି।ଆଗାମୀ ଦିନରେ ଯଦି ଜିଲ୍ଲା ପ୍ରଶାସନ ବିଦ୍ୟାଳୟ ରେ ଶିକ୍ଷକ ନ ଦିଅନ୍ତି ତା ହେଲେ ବିଦ୍ୟାଳୟ ରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି। ହେଲେ ଦେଖା ଯାଉ କେତେ ଶୀଘ୍ର ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି କରୁଛନ୍ତି ତା ଉପରେ ସମସ୍ତଙ୍କ  ନଜର ରହିଛି।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS