*ଜିଲ୍ଲାସ୍ତରୀୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ*
ଗଜପତି : (ମନୋଜ ପାଢୀ) ଜିଲ୍ଲାସ୍ତରୀୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରବି ୨୦୨୫-୨୬ର ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ବାଣିଜ୍ୟ,ପରିବହନ, ଇସ୍ପାତ୍ ଓ ଖଣି ବିଭାଗ,ଓଡ଼ିଶା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ,ମାନ୍ୟବର ବିଧାୟକ ମୋହନା, ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଧ୍ର ହନେଗା ଓ ଶ୍ରୀ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଆଡେକ୍ ଓ ସ୍ଥାନୀୟ କୃଷକ ଶ୍ରୀ ସିମାଦ୍ରି ଜେନା ପ୍ରମୁଖ ମଞ୍ଚାସିନ ଥିଲେ।
ଓଡ଼ିଶା ସରକାର ୨୦୨୪ ରୁ ମୁଖ୍ୟମନ୍ତ୍ରୀ କୃଷକ ସାହାୟତା ଯୋଜନା ସିଏମ କିଷାନ ଆରମ୍ଭ ହୋଇଛି I ଏହି ଯୋଜନା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ପିମ୍ କିଷାନ ସହିତ ସମନ୍ୱୟରେ କାର୍ଯ୍ୟକାରୀ ହେଉଅଛି । ଜିଲ୍ଲାର ଚାଷୀମାନଙ୍କୁ ଆୟ ସହାୟତା ଛୋଟ ଏବଂ ନାମମାତ୍ର କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇବା ,ସେହିପରି ପୋଷଣ ସୁରକ୍ଷା ଯୋଜନାରେ କୃଷକ ପରିବାରରେ ଖାଦ୍ୟ ଓ ମୂଳ ଆବଶ୍ୟକତା ପୂରଣ କରିବା, କୃଷିର ଉନ୍ନତି ନିମନ୍ତେ ଉନ୍ନତ ବିହନ, ସାର, ଓ ଭଲ କୃଷି ପ୍ରକ୍ରିୟାରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା।
ସେହିପରି ସାମାଜିକ ସୁରକ୍ଷା ଭୂମିହୀନ କୃଷିକ ମାନଙ୍କୁ ଓ ଆର୍ଥିକ ସହାୟତା ରାଶି ପ୍ରଦାନ ଓ ଦାରିଦ୍ରତା ହ୍ରାସ କରିବା ଗ୍ରାମୀଣ ଅଞ୍ଚଳରେ ଦୁର୍ବଳ କୃଷକମାନଙ୍କୁ ଆର୍ଥିକ ଲାଭ ଦେଇ ଉନ୍ନତ କରିବାର ଲକ୍ଷ ରହିଅଛି। ଜିଲ୍ଲାର କୃଷକ ମାନଙ୍କୁ ପିଏମ୍ କିଷାନ୍ ଯୋଜନା ଅନୁସାରେ କୃଷକମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି। ସେହିପରି ରାଜ୍ୟରେ ସିଏମ କିଷାନ୍ ସହାୟତା ଦ୍ବାରା ଛୋଟ ଏବଂ ନାମମାତ୍ର କୃଷକଙ୍କୁ ୪ ହଜାର ଟଙ୍କା ପ୍ରତିବର୍ଷ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ସହାୟତା ରାଶି କୃଷକମାନଙ୍କୁ Direct Benefit Transfer (DBT) ମାଧ୍ୟମରେ ବ୍ୟାଙ୍କ ଖାତାକୁ ସିଧସଳଖ ସହାୟତା ରାଶି ପ୍ରଦାନ କରାଯାଇଛି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ସେହିପରି ଗଜପତି ଜିଲ୍ଲାରେ ୨୦୨୫-୨୬ ରବି ସିଏମ କିଷାନ୍ ଯୋଜନାରୁ ମୋଟ ଟ.୧୩,୧୯,୦୨,୬୦୦/- ସହାୟତା ରାଶି ଜିଲ୍ଲାର ଚାଷୀ ମାନଙ୍କୁ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାର ସମସ୍ତ ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଓ ଚାଷୀମାନଙ୍କ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବେ କର୍ମଚାରୀ, ଠିକ ପରିମାଣରେ ସାର ଉଠାଇବେ ଓ ସାର କଳାବଜାରୀ ବିକ୍ରିକୁ ନଜର ରଖିବାକୁ ଜିଲ୍ଲା ପ୍ରଶାସନ ତଦାରଖ କରିବାପାଇଁ ମାନ୍ୟବର ମନ୍ତ୍ରୀ କହିଛନ୍ତି। ସେହିପରି ଜଳସେଚନ ପ୍ରକଳ୍ପ ଉପରେ କାର୍ଯ୍ୟ କ୍ଷମ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶ୍ରୀ ସୁରେଶ ପଟ୍ଟନାୟକ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , କୃଷକ ଭାଇ ଭଉଣୀ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା କୃଷୀ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଥିଲା।
ମଣିଭଦ୍ରା ଖବର, ଗଜପତି
Post a Comment