BREAKING
Loading...
:

ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରୁ ବେଆଇନ କାଠ ଚୋରାଚାଲାଣ ବେଳେ ବନବିଭାଗ ର ଚଢାଉ

 - ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରୁ ବେଆଇନ କାଠ ଚୋରାଚାଲାଣ ବେଳେ ବନବିଭାଗ ର ଚଢାଉ  



କଳାହାଣ୍ଡି କୋକସରା,ଟ୍ରକ୍ ସହ ତିନି ଜଣ ଙ୍କୁ ଉଠାଇଛି ବନ ବିଭାଗ l ବେଧଡକ ଭାବରେ ଦଲାଲ ସାହାଯ୍ୟରେ ଆନ୍ତଃ ରାଜ୍ୟକୁ ଚାଲାଣ ହେଉଥିଲା ମୁଲ୍ୟବାନ କାଠ ଚୋରାଚାଲାଣ, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ବେହେରା ରେଞ୍ଜ ସାନପୋଡ଼ାଗୁଡା କୋଲୋନିପଡା ଠାରେ ରବିବାର ବିଳମ୍ବିତ ରାତିରେ କାଠ ଚୋରାଚାଲାଣ କରୁଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ବନବିଭାଗ ଚଢାଉ କରିଥିବାବେଳେ ଘଟଣାସ୍ଥଳରୁ ଏକ କାଠ ବୋଝେଇ ଟ୍ରକ ଗାଡ଼ି ନମ୍ୱର OD 05 A X 5169 କୁ ଜବତ କରିଛି ବନ ବିଭାଗ |ଏହା ସହ ଟ୍ରକ ଡ୍ରାଇଭର୍, ତାଙ୍କ ସହଯୋଗୀ ଓ କାଠଦଲାଲ କୁ ଉଠାଇ ନେଇ ଧର୍ମଗଡ଼ ରେଞ୍ଜ ଅଫିସରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ବନ ବିଭାଗ |ଅନ୍ୟ ଦଲାଲ ମାନେ ମଧ୍ୟ ଜଙ୍ଗଲ କାଟୁଛନ୍ତି ବୋଲି ଅନୁମାନ କରାଯାଏ ।ଦିର୍ଘ ଦିନ ଧରି ସାହାଜଖୋଲ୍ ସଂରକ୍ଷିତ ଜଙ୍ଗଲ କୋକସରା ବ୍ଲକ୍ ଗୋତୋମୁଣ୍ଡା ଅଞ୍ଚଳ ରୁ ବେଆଇନ ଭାବେ କାଠ ଚୋରାଚାଲାଣ ହେଉଥିଲା |ବନ ସୁରକ୍ଷା ସମିତି ଗୃହ ରେ ରହି ଜଙ୍ଗଲ କାଟୁଥିଲେ,ଅଞ୍ଚଳ ର କିଛି କାଠ ଦଲାଲ ସକ୍ରିୟ ଥିବା ବନ ବିଭାଗ ପାଖରେ ଖବର ଥିଲା |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS