ନୀର ମଲ୍ଲିକ ଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ
ଗଜପତି(ମନୋଜ କୁମାର ପାଢୀ) -: ଗଜପତି ଜିଲ୍ଲା ମୋହନା ବ୍ଲକ୍ ର ପଦାଗାଁ, ଅଡ଼ବା ପଞ୍ଚାୟତର ଶ୍ରୀ ନିର ମଲ୍ଲିକ ଚଳିତ ବର୍ଷ NEET 2025 ରେ ସଫଳତାର ସହ ଉତ୍ତିର୍ଣ୍ଣ ହୋଇ ପ୍ରଥମ କାଉନସେଲିଂ ପର୍ଯ୍ୟାୟରେ ମନୋନୟନ ହୋଇ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ, ପୁରୀ ରେ ସ୍ଥାନ ପାଇଛନ୍ତି । ସେ ଏକ ଗରିବ ପରିବାର ଏବଂ ମାତୃପିତୃହୀନ ଛାତ୍ର ହୋଇଥିଲା ବେଳେ ବିଭିନ୍ନ ବାଧା ବିଘ୍ନ ସତ୍ତ୍ବେ ଏହି ବଡ଼ ପରୀକ୍ଷାରେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି ।
ତେଣୁ ଜିଲ୍ଲାପାଳ, ଗଜପତି ଶ୍ରୀମତି ମଧୁମିତା ମହୋଦୟା ଗତକାଲି ଅଭିଯୋଗ ଶୁଣାଣି ରେ ଶ୍ରୀ ନିର ମଲ୍ଲିକଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ମିସନ୍ ବାତ୍ସଲ୍ୟ କାର୍ଯ୍ୟକ୍ରମର ପରବର୍ତି ଯତ୍ନ ରେ ମାସିକ ଟ.4000/- ଲେଖାଏଁ ଦେବା ବନ୍ଦୋବସ୍ତ କରିଛନ୍ତି । ଏହି ଟଙ୍କା ନିରଙ୍କୁ 23 ବର୍ଷ ପୁରଣ ହେଲା ପର୍ଯ୍ୟନ୍ତ ମିଳିବ । ଏହି ସମୟରେ ସ୍ବେଚ୍ଛାସେବି ଅନୁଷ୍ଠାନ “ଗରିବର ବନ୍ଧୁ” ର କର୍ମକର୍ତ୍ତା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜତିନ୍ଦ୍ର କୁମାର ପଣ୍ଡା, ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶଙ୍କର କେରେକେଟା, ଅଧ୍ୟକ୍ଷ, ମୋହନା ପଞ୍ଚାୟତ ସମିତି ଶ୍ରୀଯୁକ୍ତ ରଞ୍ଜିବ ଶବର ପ୍ରମୁଖ ଉପସ୍ଥିତ ଥିଲେ ।
ଏହାସହ ଜିଲ୍ଲାପାଳ ମହୋଦୟା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନିରକୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରି ଆସନ୍ତା 5 ବର୍ଷର ସମ୍ପୂର୍ଣ୍ଣ ଖର୍ଚ୍ଚ ଜିଲ୍ଲା ପ୍ରଶାସନ/ସରକାର କିପରି ବହନ କରିବେ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠିରୁ କିଛି ଆର୍ଥିକ ସହଯୋଗ ଯୋଗାଇ ଦେବାପାଇଁ ମଧ୍ୟ ପ୍ରତୁସୃତି ଦେଇଛି ।
ନିର ମଲିକଙ୍କର ସଫଳତା ପଛରେ ଥିଲା ତାଙ୍କର ବଡ଼ ଭାଇଙ୍କର ସହାୟତା ଏବଂ ସ୍ବେଚ୍ଛାସେବି ଅନୁଷ୍ଠାନ “ଗରିବର ବନ୍ଧୁ” ର ସହାୟତା ।
ମଣିଭଦ୍ରା ଖବର, ଗଜପତି
Post a Comment