BREAKING
Loading...
:

ବାଙ୍କୀରେ ସ୍ୱୟତା ଶାସନ ଦିବସ ପାଳିତ, ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସହ ଉଦଘାଟନ

 ବାଙ୍କୀରେ ସ୍ୱୟତା ଶାସନ ଦିବସ ପାଳିତ, ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସହ ଉଦଘାଟନ



ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ଏନ୍‌.ଏ.ସି ପକ୍ଷରୁ ୫୯ତମ ସ୍ୱୟତାଶାସନ ଦିବସ ମହାରଣା କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା.ବାଙ୍କୀ ଏନ ଏସ ସି ନଗରପାଳ ମାଣିକ ସାହୁଙ୍କ ଅଧକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା.ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ବାଙ୍କୀ ଏନ୍‌.ଏ.ସିକୁ ସ୍ୱଚ୍ଛ ବାଙ୍କୀ, ସୁସ୍ଥ ବାଙ୍କୀ, ସବୁଜ ବାଙ୍କୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଉପନଗରପାଳ ସନ୍ତୋଷ କୁମାର ରଣା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏନ ଏସ ସି ଆସିଷ୍ଟାଣ୍ଟ ଇଂ ରମେଶ ଚନ୍ଦ୍ର ସେଠୀ ଙ୍କୁ ଅତିଥି ଗଣ ପ୍ରଶଂସା କରିଥିଲେ. ଏହି ଉପଲକ୍ଷେ ଦୁର୍ଗାପୁର ଠାରେ ମଳ ଉପଚାର କେନ୍ଦ୍ରର ସମ୍ପ୍ରସାରଣ କାର୍ଯ୍ୟାଳୟର ସୌଧ, ଦୁଇଗୋଟି ଶୌଚାଳୟ, ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମିଶନ୍‌ଶକ୍ତି କାଫେ, ଡାକ୍ତରଖାନା ସମ୍ମୁଖ ଓ ମେନ୍‌ରୋଡ୍ ଛକଠାରେ ଦୁଇଗୋଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ, ଡାଙ୍ଗିପିଟାରେ ସ୍ୱାସ୍ଥ୍ୟପରିବାର କଲ୍ୟାଣ ବିଭାଗ ପକ୍ଷରୁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।  କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ବିବରଣୀ ପାଠ କରିଥିଲେ । ଏଥିରେ କାଉନସିଲର ସନାତନ ବେହେରା, ପଠାଣୀ ବେହେରା, ଜାମିନିକାନ୍ତ ମହାପତ୍ରଙ୍କ  ସମସ୍ତ ଏନ୍‌.ଏ.ସିର ପରିଷଦର ସଦସ୍ୟ ସଦସ୍ୟା ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS