ଜାତୀୟ କ୍ରୀଡା ଦିବସରେ ଭଲିବଲ ପ୍ରତିଯୋଗିତା,ବାଇଗୁଣିଆ ଚମ୍ପିୟାନ
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଜାତୀୟ କ୍ରୀଡାଦିବସ ପାଳନ ଅବସରରେ ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ବଡ ପଡିଆରେ ପଠାଣିସାମନ୍ତ ପୂଜ୍ଯପୂଜା ପରିଷଦ ଆନୁକୁଲ୍ୟରେ ଏକ ଦିବସୀୟ ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ପ୍ରତିଯୋଗିତାରେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ୭ ଟି ଟିମ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚରେ ବାଇଗୁଣିଆ ଟିମ ୨-୦ ସେଟରେ କୋସ୍କା ଟିମକୁ ପରାସ୍ତ କରି ଚାମ୍ପିୟନ ହୋଇଥିବା ଜଣାଯାଇଛି।ଖେଳକୁ କ୍ରୀଡାବିତ ମହେନ୍ଦ୍ର ବାରିକ ପରିଚାଳନା କରିଥିଲେ। ଚମ୍ପିୟାନ ଓ ରନର୍ସ ଅପ ଟିମକୁ ଟ୍ରଫି ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ସୌମ୍ୟରଞ୍ଜନ ମହାରଣାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରୁପେ ପୁରସ୍କାର ପ୍ରଦାନ କରାଯାଇଥିଲା।ଖଳିସାହିସ୍ଥିତ ମହାବୀର କ୍ରିକେଟ କ୍ଲବର ସଦସ୍ଯମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق