ପୂର୍ତ୍ତ ବିଭାଗ ପାନ୍ଥ ଶାଳାରେ ଜିଲ୍ଲା ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ଦୁଇ ବିଜେପି ନେତାଙ୍କୁ ଦଳରୁ ବହିସ୍କାର ଘୋଷଣା।
ଗଜପତି (ମନୋଜ ପାଢୀ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ପାନ୍ଥ ଶାଳାରେ ଆଜି ଅପରାହ୍ନ ଚାରିଟା ତିରିଶି ବେଳେ ଜିଲ୍ଲା ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଛି । ଜିଲ୍ଲା ବିଜେପି ସଭାପତି ନବ କିଶୋରଙ୍କ ସଭାପତିତ୍ବରେ ପୁର୍ବତନ ପାରଳା ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ପାର୍ଥୀ ପ୍ରଶାନ୍ତ ମଲ୍ଲିକ ଙ୍କ ସହ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ। ଏହି ଅବସରରେ ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର ଏବଂ କାହୁଁ ଚରଣ ଭୂୟାଁ ଙ୍କୁ ଦଳରୁ ନିଲମ୍ବିତ କରିଥିବା କୁହା ଯାଇ ଥିଲା। ଯାହାକୁ ନେଇ ଆଜି ଜିଲ୍ଲା ବିଜେପି ନବ କିଶୋର ଶବର ସୂଚନା ପ୍ରଦାନ କରିଛନ୍ତି।
ମଣିଭଦ୍ରା ଖବର, ଗଜପତି
إرسال تعليق