BREAKING
Loading...
:

ଧର୍ମାନ୍ତରୀକରଣରେ ପୋଲିସର ନିଷ୍କ୍ରିୟ ରହୁଥିବା ପ୍ରତିବାଦରେ ଆର.ଉଦୟଗିରି ଥାନା ଘେରାଉ ।

 ଧର୍ମାନ୍ତରୀକରଣରେ ପୋଲିସର ନିଷ୍କ୍ରିୟ ରହୁଥିବା ପ୍ରତିବାଦରେ ଆର.ଉଦୟଗିରି ଥାନା ଘେରାଉ  ।




ଗଜପତି୫/୮: ହିନ୍ଦୁ ଝିଅଙ୍କୁ ବିବାହ ନାମରେ ଧର୍ମାନ୍ତରୀକରଣ ସହ ନିର୍ଯାତନା ଦିଆ ଯାଉଥିଲେ ସୁଦ୍ଧା ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଗଜପତି ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଆର. ଉଦୟଗିରି ଥାନାକୁ ଘେରାଉ କରି ବିକ୍ଷୋଭ ପ୍ରଦଶନ କରିଥିବା ସୂଚନା ମିଳିଛି. ହିନ୍ଦୁ ସୁରକ୍ଷା ମଞ୍ଚର ଶତାଧ‌ିକ ମହିଳା ପୁରୁଷ ତଥା କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ସ୍ଥାନୀୟ ଶିବମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବା ପରେ ଆର. ଉଦୟଗିରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ଜୁଲାଇ ୭ ତାରିଖରେ ଅଞ୍ଚଳର ଜନୈକ ନାବାଳିକା ନିଖୋଜ ହୋଇଥିବା ନେଇ ଆର,  ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରିଥିଲେ ନାବାଳିକାଙ୍କ ପରିବାର ବର୍ଗ । ଦୀର୍ଘ ଦିନ ପରେ ସୁଦ୍ଧା ନାବାଳିକାକୁ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇନଥିବାରୁ ଏହାର ପ୍ରତିବାଦ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ। ଅଭିଯୋଗ ପ୍ରକାରେ ଜଣେ ହିନ୍ଦୁ ନାବାଳିକାକୁ କାଶୀନଗର ଥାନା ଅନ୍ତର୍ଗତ ଜଣେ ଆଦିବାସୀ ଖ୍ରୀଷ୍ଟିଆନ ଯୁବକ ଭଲ ପାଇ କୁଆଡେ ନେଇ ଚାଲିଥିବା କୁହାଯାଉଛି। ଏହାକୁ କେନ୍ଦ୍ର କରି ହିନ୍ଦୁ ଝିଅକୁ ବିବାହ କରି ଧର୍ମାନ୍ତରୀକରଣ କରାଯାଉଥ‌ିବା ଏକ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛି କିଛି ହିନ୍ଦୁ ସୁରକ୍ଷା ମଞ୍ଚ। ଧର୍ମାନ୍ତରୀକରଣ ହେଉଥିବା ସତ୍ତ୍ୱେ ପୋଲିସ ନିଷ୍କ୍ରିୟତା ଅବଲମ୍ବନ କରୁଥିବାରୁ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ବିକ୍ଷୋଭକାରୀ। ତେବେ ନିଖୋଜ ନାବାଳିକାକୁ ତୁରନ୍ତ ଉଦ୍ଧାର କରିବାକୁ ଦାବି କରିଛନ୍ତି ନଚେତ୍ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳର ହିନ୍ଦୁ ନେତା।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS