ଗୁରୁଃସାକ୍ଷାତ ପରବ୍ରହ୍ମ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
ଖଣ୍ଡପଡ଼ା ୨୫|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳିପୁର ପଞ୍ଚାୟତର ପ୍ରଭୁ ଶ୍ରୀସୋମନାଥଦେବଙ୍କ କଲ୍ୟାଣ ମଣ୍ଡପ ପରିସରରେ ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଆୟୋଜିତ ହେବାକୁ ଥିବା ୪ର୍ଥ ବାର୍ଷିକ ଗୁରୁଃସାକ୍ଷାତ ପରବ୍ରହ୍ମ କାର୍ଯ୍ୟକ୍ରମ ନେଇ ସୋମବାର ଅପରାହ୍ନରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଭାପତି ଶିକ୍ଷାବିତ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗ ଦେଇ କାର୍ଯ୍ଯକ୍ରମର ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଗତ ୩ ବର୍ଷ ଧରି ଭାପୁର ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଥିବା ନେଇ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା।ଚଳିତ ବର୍ଷ ଖଣ୍ଡପଡ଼ା ସହର ସମେତ ଭାପୁର , ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଗୁରୁପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଆୟୋଜିତ କାର୍ଯ୍ୟକ୍ରମକୁ କିଭଳି ସରସ ସୁନ୍ଦର କରାଯିବା ସେ ନେଇ ଅନୁଷ୍ଠାନର ସଦସ୍ୟମାନଙ୍କ ସହଯୋଗ କାମନା କରିଥିଲେ 'ମୋ ମାଟି ଭାପୁର' ଅନୁଷ୍ଠାନର ସଭାପତି ଶ୍ରୀପ୍ରଧାନ। ଗୁରୁପୂଜନ କାର୍ଯ୍ୟକ୍ରମ ବନମାଳିପୁରସ୍ଥିତ ସୋମନାଥଦେବଙ୍କ ପଞ୍ଚୁଦୋଳ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବୈକୁଣ୍ଠ ଦାସ, ସୂର୍ଯ୍ୟ ନାରାୟଣ ପ୍ରଧାନ, ଅଖିଳ ପଣ୍ଡା, ବିଜୟ କୁମାର ତ୍ରିପାଠୀ, ଲକ୍ଷ୍ମୀଧର ସାଥୁଆ, କୃଷ୍ଣଚନ୍ଦ୍ର ସାହୁ, ସୁନୀଲ ପ୍ରଧାନ, ନାରାୟଣ ଆଚାର୍ଯ୍ୟ, ସର୍ବେଶ୍ୱର ମହାରଣା, ମହେନ୍ଦ୍ର କୁମାର ପଣ୍ଡା, ମନୋରଞ୍ଜନ ବେହେରା, ଗଙ୍ଗାଧର ପରିଡ଼ା, ଗୋପାଳ କୃଷ୍ଣ ପଣ୍ଡା, ପ୍ରମୋଦ କୁମାର ସାହୁ, ଝରିଆ ବେହେରା, ବାଳଗୋପାଳ ଷଡ଼ଙ୍ଗୀ, ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ, ରଶ୍ମିରଂଜନ ସ୍ୱାଇଁ, ପ୍ରତାପ କୁମାର ସାହୁ, ସନ୍ତୋଷ କୁମାର ତ୍ରିପାଠୀ, ମହେନ୍ଦ୍ର ମହାନ୍ତିଙ୍କ ସମେତ ୫୦ ରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment