BREAKING
Loading...
:

କାର୍ଯ୍ଯରେ ଆସୁନି ବସଷ୍ଟାଣ୍ଡ ଶୌଚାଳୟ

 କାର୍ଯ୍ଯରେ ଆସୁନି ବସଷ୍ଟାଣ୍ଡ ଶୌଚାଳୟ



ଖଣ୍ଡପଡ଼ା ୨୫|୮ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ପରିସରରେ ନୂତନ କରି ନିର୍ମାଣ ଶେଷ ହୋଇଥିବା ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାରଟିରେ ସଦାସର୍ବଦା ତାଲା ଝୁଲୁଥିବା ଜଣାପଡିଛି।ଫଳରେ ସର୍ବସାଧାରଣଙ୍କ ସେବାରେ  ଗୋଷ୍ଠୀ ଶୌଚାଳୟଟି ଆସୁନଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ଦୈନିକ ଉକ୍ତ ସ୍ଥାନରୁ ଯାତ୍ରିବାହୀ ବସ ଯୋଗେ ଜନସାଧାରଣ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବେଳେ ବିଶେଷ କରି ମହିଳା ଯାତ୍ରୀମାନେ ସମୟ ,ଅସମୟରେ ପରିସ୍ରା ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ତେଣୁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉକ୍ତ ଶୌଚାଳୟ ଓ ସ୍ନାନାଗାରଟିକୁ ତୁରନ୍ତ କାର୍ଯ୍ଯକ୍ଷମ କରିବା ଦିଗରେ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।ସେହିପରି ଖଣ୍ଡପଡ଼ା ସହରର ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୌଚାଳୟ, ସ୍ନାନାଗାର ସମେତ ୫ ନଂ ୱାର୍ଡ ଅଧିନ ନିଳାଚଳ ସାହିରେ ନୂତନ କରି ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟଟିକୁ ତୁରନ୍ତ କାର୍ଯ୍ଯକ୍ଷମ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS