*ଚର୍ଚ୍ଚିତ ପାଟପୁର ଥାନା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା;ଅଭିଯୁକ୍ତକୁ ଆଜୀବନ ଜେଲ*
ପାଟପୁର ଥାନା ଅଞ୍ଚଳରେ ୫ ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ୍ ପ୍ରଣତୀ ପଟ୍ଟନାୟକ ସମ୍ପୃକ୍ତ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କାଳିଆ ନାହାକ ଓରଫ ଷଣ୍ଡ କାଳିଆ (୨୭) । ଅଭିଯୁକ୍ତ କାଳିଆ ନାହାକ ଗତ ଏପ୍ରେଲ 25 ତାରିଖରେ ଗାଁ ଦାଣ୍ଡରେ ୫ବର୍ଷର ନାବାଳିକା ଜଣଙ୍କ ଖେଳୁଥିବା ବେଳ ଅପହରଣ କରି ନିକଟସ୍ଥ ପୁରୁଣା ଅଙ୍ଗଡ଼ାୱାଡି କେନ୍ଦ୍ର ବାରଣ୍ଡାରେ ଦୁଷ୍କର୍ମ କରି ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ନିଜେ ଏହାର ସୁପର ଭିନଜ କରିଥିଲେ, ବେଳେ ତଦନ୍ତକାରୀ ଅଧିକାରୀ ଶୁଭଲକ୍ଷ୍ମୀ କଂହର ଓ ଚାର୍ଜସିଟ ଦାଖଲ କରିଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣାର ତନାଘନା କରି ଅଭିଯୁକ୍ତ କାଳିଆକୁ ଗିରଫ କରିବା ସହ ମୃତ ନାବାଳିକାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲେ । ସାକ୍ଷୀ ଓ ପୁଲିସର ଚାର୍ଜସିଟକୁ ଆଧାର କରି କୋର୍ଟ ଉପଯୁକ୍ତ ରାୟ ଶୁଣାଇଛନ୍ତି ।ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق