BREAKING
Loading...
:

ଜିଲ୍ଲା ପ୍ରଶାସନ ବନ୍ଦ କଲା ବେଆଇନ ଭାବେ ଚାଲିଥିବା ଘରୋଇ ଛତ୍ରାବାସ ଡ୍ରିମ ସେଣ୍ଟର*

 *ଜିଲ୍ଲା ପ୍ରଶାସନ ବନ୍ଦ କଲା ବେଆଇନ ଭାବେ ଚାଲିଥିବା ଘରୋଇ ଛତ୍ରାବାସ  ଡ୍ରିମ ସେଣ୍ଟର* ।



ଗଜପତି(ମନୋଜ ପାଢୀ) 

ଜିଲ୍ଲାପାଳ ଗଜପତିଙ୍କ ନିର୍ଦେଶ କ୍ରମେ ବି. ସୀତାପୁରଠାରେ ବେଆଇନ ଭାବେ ପରିଚାଳିତ ଏକ ଘରୋଇ ଛତ୍ରାବାସକୁ  ଜିଲ୍ଲା ପ୍ରଶାଶନ ତରଫରୁ ବନ୍ଦ କରାଗଲା । ପ୍ରକାଶ ଥାଉକି ବି . ସୀତାପୁରଠାରେ ଦୀର୍ଘ ଦିନରୁ ବେଆଇନଭାବେ ଗୁଡ ନିଉଜ ଇଣ୍ଡିଆ, ଡ୍ରିମ ସେଣ୍ଟର ନାମରେ ଏକ ଘରୋଇ ଛତ୍ରାବାସ ଚାଲିଥିଲା ।  ଘରୋଇ ଛତ୍ରାବାସର ପ୍ରକୃତ ମାଲିକ, ଛତ୍ରାବାସ ଚାଲିବା ବିରୁଦ୍ଧରେ ଜିଲ୍ଲା  ପ୍ରଶାସନ, ରାଜ୍ୟ ସରକାର ଓ ଓଡ଼ିଶା ମାନବଅଧୀକାର କମିଶନଙ୍କର ଦ୍ଵାରସ୍ତ ହୋଇଥିଲେ । 

ଜାତୀୟ ଶିଶୁ ସୁରକ୍ଷ୍ୟ। ଆୟୋଗଙ୍କର ନିର୍ଦେଶ।ବଳୀ (ଘରୋଇ ଛ।ତ୍ରାବାସ ପଞ୍ଜୀକରଣ )-2018 ଅନୁସାରେ ପ୍ରଥମେ ଜିଲ୍ଲାପାଳ ,ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତିଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦେଶ।ବଳୀ ଅନୁସାରେ ତର୍ଜମା କରି, ଅନୁଷ୍ଠାନର ଦରଖାସ୍ତକୁ ରଦ୍ଦ  କରିଥିଲେ । 

ପରବର୍ତୀ ସମୟରେ ଜିଲ୍ଲାପାଳଙ୍କ ନେତୃତରେ ଏକ  କମିଟି  ଗଠନ କରି ଘରୋଇ ଛତ୍ରାବାସର ଦରଖାସ୍ତ , ମାନ୍ୟବର ଉଚତମ ନ୍ୟାୟଳୟର ନିର୍ଦେଶ ଉପରେ ଆଲୋଚନା କରିବାପରେ  

ଛତ୍ରାବାସକୁ ବନ୍ଦ କରି , ସମସ୍ତ ଅନ୍ତେବାସୀଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ନିର୍ଦେଶ ଥିଲା ।  କମିଟିର ସମସ୍ତ ଅଧିକାରୀ ଉକ୍ତ ନିର୍ଦେଶନୁସାରେ ଗୁଡ ନିଉଜ ଇଣ୍ଡିଆ ଡ୍ରିମ ସେଣ୍ଟରରେ  ପହଞ୍ଚି , ସେଠାରେ ରହୁଥିବା ସମସ୍ତ ୬୮  ଅନ୍ତେବାସୀଙ୍କର ବିବରଣୀ ସଂଗ୍ରହ କରିବା ପରେ ଆଜିର ଦିନରେ ଊପସ୍ଥିତ ଥିବା ୧୮ ଅନ୍ତେବାସୀଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହା  ପରେ ଶିଶୁ ମଙ୍ଗଳ ସମିତି ସମସ୍ତ  ଅନ୍ତେବାସୀଙ୍କୁ ସେମାନଙ୍କ  ଅଭିଭାବକଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟପଟେ  ଶିଶୁ ମଙ୍ଗଳ ସମିତିର ନିର୍ଦେଶକ୍ରମେ ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଶିକ୍ଷ।ନୁଷ୍ଠାନ / ଛାତ୍ରାବାସରେ ଥଇଥାନ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଏ ବଂ ଜିଲ୍ଲା ଶିକ୍ଷା ଅଧିକାରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS