BREAKING
Loading...
:

ସାପ ଧରାଳି ପ୍ରଭାତ

 ସାପ ଧରାଳି ପ୍ରଭାତ



ସାପ ନାଁ ଶୁଣିଲେ ଯେ କେହିବି ଭୟଭୀତ ହୋଇପଡ଼ିବେ, ହେଲେ ଯେ କୌଣସି ବିଷଧର ସର୍ପକୁ ନିଜ ଆୟତ୍ତ ରେ ନେଇ ସୁରକ୍ଷିତ ଭାବରେ ତାକୁ ଜଙ୍ଗଲରେ ଛାଡିବା ଏହା କୌଣସି ସାଧାରଣ କଥା ନୁହେଁ l ଯେଉଁଠି ବନବିଭାଗ ର କର୍ମଚାରୀ ଙ୍କ ଯୋଗାଯୋଗ ସମ୍ଭବ ହୋଇନଥାଏ ସେଠି ପହଞ୍ଚି ଯାଆନ୍ତି ବାବୁନି ବାବା ଓରଫ ପ୍ରଭାତ ବେହେରା, ଯାହାକୁ ନେଇ କୁଜଙ୍ଗ ଅଞ୍ଚଳ ରେ ସ୍ନେକମ୍ୟାନ ଭାବରେ ପରିଚୟ ହାସଲ କରିଛନ୍ତି ବାବୁନି ବାବା l ବାବୁନି ବାବା ଜଣେ ଭିନ୍ନ ମଣିଷ, ଭିନ୍ନ ତାଙ୍କର ଚିନ୍ତାଧାରା, ଜୀବନ ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମାଜସେବା ରେ ନିଜକୁ ବ୍ରତୀ ରଖିବା ପାଇଁ ବଜ୍ର ଶପଥ ନେଇ ଛାଡିଛନ୍ତି ଘରଦ୍ୱାର l ଲକ୍ଷ୍ୟ କେବଳ ସମାଜସେବା, ନିଜର ଘରଛାଡି କୁଜଙ୍ଗ ବଜାର ରେ ଵିନୋରି ଆଶ୍ରମ ସହିତ ଵିନୋରି ସେବା ସଂସ୍ଥାନ ତିଆରି କରି ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ l କୁଜଙ୍ଗ ସମେତ ପାରାଦୀପ ଜଗତସିଂହପୁର, ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ା ଅଞ୍ଚଳ ରେ ଯଦି କାହାଘରେ ସାପ ପଶିଯାଏ ତେବେ ସେଠି ବନ୍ୟବିଭାଗ ପରିବର୍ତ୍ତେ ଖୋଜାପଡ଼ନ୍ତି ବାବୁନି ବାବା l ଫୋନ ପାଇବା ମାତ୍ରେ ନିଜର ସାଥି ମାନଙ୍କୁ ସାଥିରେ ଧରି ସେଠାରେ ପହଞ୍ଚି ସାପକୁ ଧରିବା ସହିତ ଜଙ୍ଗଲ ରେ ଛାଡିବା ପର୍ଯ୍ୟନ୍ତ ବାବୁନି ବାବା ଙ୍କ ପ୍ରୟାସ କୁ ସମସ୍ତ କୁଜଙ୍ଗ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି l କେବଳ ସାପ ଧରିବା ନୁହେଁ କୁଜଙ୍ଗ ପାରାଦୀପ ସମେତ ନିକଟବର୍ତ୍ତୀ ଅଞ୍ଚଳ ରେ ଯଦି କୌଣସି ସଡ଼କ ଦୁର୍ଘଟଣା ଘଟେ ଖବର ପାଇଵାମାତ୍ରେ ତୁରନ୍ତ ବାବୁନି ବାବା ସେଠାରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ମେଡିକାଲ ରେ ସେବା ଶୁଶ୍ରୁଷା କରିବା ଏବଂ କୌଣସି ନିରାଶ୍ରୟ,ମାନସିକ ବିକୃତ ବ୍ୟକ୍ତି ବିଶେଷ ଙ୍କୁ ସାହାଯ୍ୟ ର ହାତ ବଢାଇବା, କୁଜଙ୍ଗ ସମେତ ପାରାଦୀପ ମେଡିକାଲ ରେ ଯଦି କୌଣସି ବ୍ୟକ୍ତି ର ରକ୍ତର ଆବଶ୍ୟକ ପଡେ ସେଠି ବି ପହଞ୍ଚି ଯାହାନ୍ତି ବାବୁନି ବାବା l ସେମାନଙ୍କୁ ରକ୍ତ ଯୋଗାଇବା ସହିତ ଚିକିତ୍ସା ପର୍ଯ୍ୟନ୍ତ ସାମୁହିକ ସେବା ଯୋଗାଇଥାଏ ଵିନୋରି ସେବା ସଂସ୍ଥାନ l ଏହା ସହିତ ରାଜରାସ୍ତା ରେ ଯଦି କୌଣସି ସ୍ଥାନରେ ଗୋମାତା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ର ଖବର ପାଆନ୍ତି ତେବେ ସେଠି ମଧ୍ୟ ପହଞ୍ଚି ବାବୁନି ବାବା ଗୋମାତା ଙ୍କ ସେବା କରିବାରେ ପଛାଇ ନାହାନ୍ତି ବାବୁନି ବାବା ଓରଫ ପ୍ରଭାତ କୁମାର ବେହେରା l ନିଜ ଜୀବନରେ କୌଣସି ସମୟରେ ନିଜ ପାଇଁ ବ୍ୟସ୍ତ ନ ହୋଇ ସମାଜସେବା ପାଇଁ ବ୍ରତୀ ଏହି ନିଆରା ମଣିଷ ଟି ଆଜି କୁଜଙ୍ଗ ଅଞ୍ଚଳବାସୀ ଙ୍କ ପାଲଟିଛନ୍ତି ନିଆରା ଉଦାହରଣ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS