ବୃକ୍ଷରୋପଣ ରେ ଜାଲିଆତି , ଗଛ ନ ଲଗାଇ ଦିଆଯାଉଛି ମିଛ ରିପୋର୍ଟ ।
★ ବିଦ୍ୟାଳୟରେ ନାହିଁ ଗଛ ।
★ ଅଧିକାରୀ କଂ ପାଖରେ ନାହିଁ ତଥ୍ୟ ।
★ ହେଉନି ଉପଯୁକ୍ତ ତଦାରଖ ।
ଦଶପଲ୍ଲା : - ଦିନକୁ ଦିନ ସଭ୍ୟତାର କ୍ରମ ବିକାଶ , ଜନସଂଖ୍ୟା ବୃଦ୍ଧି ,ଜଙ୍ଗଲ ଅବକ୍ଷୟ, କଳକାରଖାନା ପ୍ରତିଷ୍ଠା, ଯାନବାହାନ ଚଳାଚଳ ବୃଦ୍ଧି ହେବାଦ୍ୱାରା ପରିବେଶ ଦୂଷିତ ହେବାରେ ଲାଗିଛି! ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି ପରିବେଶର ଏଭଳି ଅସ୍ଥିରତାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇବାରେ ଲାଗିଛି। ଏଭଳି ଦୂଷିତ ପରିବେଶ ମଧ୍ୟରେ ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ ବୋଲି ବୈଜ୍ଞାନିକମାନେ ଆକଳନ କରୁଥିବା ବେଳେ ପରିବେଶକୁ ସ୍ଥିର ଓ ସ୍ବଛ ରଖିବା ପାଇଁ ବୃକ୍ଷରୋପଣ କରିବା ସକାଶେ ସମସ୍ତଙ୍କୁ ଆହ୍ବାନ କରାଯାଉଛି। ସରକାରୀ ଓ ବେସରକାରୀ ସ୍ତରରେ ଏହାକୁ କିଭଳି ବ୍ୟାପକ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା କରାଯାଉଛି। ବିଦ୍ୟାଳୟଗୁଡ଼ିକରେ ମଧ୍ୟ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଏଥିପାଇଁ ‘ଏକ୍ ପେଡ୍ ମା’କେ ନାମ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବୃକ୍ଷରୋପଣ କରିବା ପାଇଁ ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ପ୍ରତି ବିଦ୍ୟାଳୟରେ ଯେଭଳି ଅନ୍ୟୁନ ୭୦ଟି ବୃକ୍ଷରୋପଣ ହେବ ସେ ଉପରେ ଗୁରୁତ୍ବାରୋପ କରାଯାଇଛି। ହେଲେ ଦଶପଲ୍ଲା ବ୍ଲକ୍ରେ ଏହି କାର୍ଯ୍ୟକ୍ରମ ରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। କେଉଁ ବିଦ୍ୟାଳୟରେ ଆଦୌ ଗଛ ନଲାଗି ମିଥ୍ୟା ରିପୋର୍ଟ ଦିଆଯାଉଛି ତ ପୁଣି କେଉଁଠି ନାମକୁ ମାତ୍ର ଅଳ୍ପ କେତୋଟି ଗଛ ଲଗାଇ କାମ ସାରି ଦିଆଯାଉଛି ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତାର ସୁଯୋଗ ନେଇ କାଗଜପତ୍ରରେ କାମସାରି ଦିଆଯାଉଥିବା ଅନେକ ଶିକ୍ଷକ ପ୍ରକାଶ କରିଛନ୍ତି। ଏପଟେ ୩୧ ତାରିଖ ଏହି କାର୍ଯ୍ୟକ୍ରମର ଶେଷ ଦିବସ ରହିଥିବା ବେଳେ ଦଶପଲ୍ଲା ବ୍ଲକ୍ରେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଶିକ୍ଷକଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ଯାହାର ବିଦ୍ଧିବଦ୍ଧ ତଦନ୍ତ କରାଗଲେ ଏହି କାର୍ଯ୍ୟକ୍ରମକୁ ଅଧିକାରୀମାନେ କିଭଳି ଗୁରୁତ୍ବ ଦେଇଛନ୍ତି ତାହା ଜଣାପଡ଼ିବ ବୋଲି ଶିକ୍ଷକ ମହଲରେ ଦାବି ହେଉଛି। ଅନ୍ୟପାର୍ଶ୍ଵରେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟରେ ଆବଶ୍ୟକ ପରିମାଣର ଗଛ ଲାଗିନଥିବା ହେତୁ କେତେକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି । ଦଶପଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମର ତଦନ୍ତ ହେବା ଆବଶ୍ୟକ ବୋଲି ଶିକ୍ଷକଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ତେବେ ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ ରେ ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ ବହୁ ବିଦ୍ୟାଳୟ ରହିଥିବାବେଳେ,କେଉଁ ବିଦ୍ୟାଳୟରେ କେତେ ଗଛ ଲାଗିଛି ସେ ତଥ୍ୟ ବ୍ଲକ୍ ମଂଗଳ ବିଭାଗ ଅଧିକାରୀ କଂ ନିକରଟରେ ନାହିଁ ବୋଲି ଜଣାପଡିଛି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق