କାଯ୍ୟ ରେ ଯୋଗଦେଲେ ନୂତନ ଜିଲାପାଳ l
କୋରାପୁଟଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ 2019ବ୍ୟାଚ ର ଭାରତସରକାର ଙ୍କ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଆଜି ବିଧିବଦ୍ଧ ଭାବେ କୋରାପୁଟ ଜିଲ୍ଲା ର ଜିଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାଯ୍ୟଭାର ଗ୍ରହଣ କରିଛନ୍ତି l ଏଥପୁର୍ବରୁ ସେ ସୁନ୍ଦରଗଡ଼ ଜିଲ୍ଲା ପାଳ ଭାବେ ନିଜର କାଯ୍ୟ ସ୍ଵଚାରୁ ରୂପେ ତୁଲାଇଥିବା ବେଳେ ଏବେ ରାଜ୍ୟ ସରକାର ଙ୍କ ବଦଳି ନୀତି ପରେ କୋରାପୁଟ ର ଜିଲ୍ଲାପାଳ ଭାବେ ଆଜିଠୁ କାଯ୍ୟ ରେ ଯୋଗଦେବା ସହ ଜୟପୁର ଠାରେ ଜନ ଶୁଣାଣୀ ରେ ସାମିଲ ହୋଇଛନ୍ତି l ଅନ୍ୟପଟେ ଦେଖିବାକୁ ଗଲେ କୋଟିଆ ଭଳି ବିବାଦୀୟ ଗ୍ରାମ ପୁଞ୍ଜ ଠୁ ଧରି କୋରାପୁଟ ବାଇପାସ ର ନିର୍ମାଣ ନୂତନ ବସ ଷ୍ଟାଣ୍ଡ ର ନିର୍ମାଣ ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ ଖଣି ଖଣିଜ ଜିଲ୍ଲା ର ସାମୁହିକ ବିକାଶ ର ଆହ୍ୱାନ ଜିଲ୍ଲାପାଳଙ୍କ ପାଇଁ ସୃଷ୍ଟି କରିବ l ତଥାପି ନୂତନ ଜିଲ୍ଲା ପାଳ ଙ୍କ ଠୁ ଜିଲ୍ଲା ବାସୀ ବହୁତ କିଛି ଅlଶl ବ୍ୟକ୍ତ କରିଥିବା ଜଣାପଡିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment