BREAKING
Loading...
:

ଅଲ୍ ଓଡିଶା ହସ୍ପିଟାଲ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

 ଅଲ୍ ଓଡିଶା ହସ୍ପିଟାଲ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ 



ରାୟଗଡ଼ା : 

ଅଲ୍ ଓଡିଶା ହସ୍ପିଟାଲ କର୍ମଚାରୀ ସଂଘ ( ସଂଲଗ୍ନ  ଭାରତୀୟ ମଜଦୂର ସଂଘ) ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାରେ ଠିକା ସଂସ୍ଥା ( Outsourcing ) ଦ୍ଵାରା କାର୍ଯ୍ୟରତ ସଫେଇ ଓ ହାଉସ କିପିଙ୍ଗ୍‍ କର୍ମଚାରୀ ମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିଲାନାହିଁ । ତେଣୁ  ଦାବି ଗୁଡିକୁ ତୁରନ୍ତ ସମାଧାନ 

କରିବା ପାଇଁ ସଂଘ  ପକ୍ଷରୁ ଶ୍ରୀମତୀ ନେହା ସିଂ ଏବଂ ଶ୍ରୀମତୀ କସ୍ତୁରୀ ନାୟକଙ୍କ ନେତୃତ୍ବରେ  ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଉପସଭାପତି ଦୂର୍ଗା ମାଧବ ଘୋଷଙ୍କ ତତ୍ବାବଧାନରେ ଆଜି ବାରିଝୋଲା ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରିଣୀ ଭି ସରୋଜିନୀଙ୍କୁ ୮ ଦଫା ଦାବି ପତ୍ର ପ୍ରଦାନ କରିଥିଲେ ଏବଂ 

ଅନୁରୋଧ କରୁଛୁ ଯଦି ଏହାର କୌଣସି ସମାଧାନ କରା ନ ଯାଏ ତେବେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ଏଥିରେ ଯଦି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୁଏ ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ରୁପେ ଦାଇ ରହିବେ ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗ ଦେଇ ପ୍ରକାଶ କରିଥିଲେ । ଦାବି ମଧ୍ୟରେ ସଫେଇ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା  । ଇପିଏଫ ଏବଂ ଇଏସଆଇ ପ୍ରତ୍ୟେକ ମାସରେ ଜମା କରିବା ।  ପ୍ରତି                  ମାସରେ ଠିକ ସମୟରେ ଦରମା ଦେବା ।

 ଦରମା ଦୁଇ ମାସ,  ତିନି ମାସ, ଆଉ କିଛି  ଚାରି ମାସକୁ ଥରେ ଅଲଗା ଅଲଗା ଦରମା ନଦେଇ ଠିକ୍ ସମୟରେ ସମସ୍ତଙ୍କୁ ଏକାଥରେ ଦରମା ଦେବା । ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା । ବିଶ୍ରାମ ଗୃହ   ଯୋଗାଇ ଦେବା । ସୁରକ୍ଷା ପାଇଁ ସ୍ଵାସ୍ଥ୍ୟ ଏବଂ ଜିବନ ବିମା ଯୋଗାଇ ଦେବା । ମାସକୁ ୧୮ ହଜାର ଟଙ୍କା ଦରମା ଦେବା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଠିକା ସଂସ୍ଥା ଦ୍ଵାରା କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୂର୍ୟ କାନ୍ତି ହରିଜନ, ୱଇ  କବିତା, ଏସ ଭାରତୀ, ସିମାଞ୍ଚଳ ସାମଲ , ଲକ୍ଷ୍ମୀ ଗଣ୍ଟା , ପରିଚାଳନା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS