ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଖଣ୍ଡପଡ଼ା ଓଏଭିରୁ ୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
ଖଣ୍ଡପଡ଼ା ୫/୭( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଭୁବନେଶ୍ବର ଅନ୍ଧାରୁଆସ୍ଥିତ ଆଇକନିକ ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ନିମନ୍ତେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ ଏହି ବିଶେଷ ସଫଳତାକୁ ନେଇ ଅନୁଷ୍ଠାନ କର୍ତ୍ତୃପକ୍ଷ ଗର୍ବ ଅନୁଭବ କରିଥିବା ଜଣାଯାଇଛି। ରାଜ୍ଯସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ବିଦ୍ୟାଧର ମହାରଣାଙ୍କ ସମେତ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ପ୍ରକାଶଥାଉକି ଖଣ୍ଡପଡ଼ା ଆଦର୍ଶ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୮ ଜଣ ଆଇକନିକ ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ନିମନ୍ତେ ମନୋନୀତ ହୋଇଥିବା ପ୍ରକାଶିତ ଫଳାଫଳରୁ ଜଣାପଡିଛି।ଆଇକନିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ଯ ସରକାର ସମସ୍ତ ଖର୍ଚ୍ଚ ବହନ କରିବା ସହ ସେମାନଙ୍କୁ ଇଞ୍ଜିନିୟରିଙ୍ଗ ଓ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସର୍ବ ଭାରତୀୟସ୍ତରରେ ଆୟୋଜିତ ହେଉଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ନିଶୁଳ୍କ ଭାବେ ପ୍ରଦାନ କରିବାର ବ୍ୟବସ୍ଥା କରିଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment